ନିଃସନ୍ତାନ ଦମ୍ପତ୍ତିଙ୍କ ନୃଶଂସ କାର୍ଯ୍ୟ

0 66

୭ ବର୍ଷର ଶିଶୁକୁ ହତ୍ୟା କରି ଲିଭର କାଢ଼ିନେଲେ

କାନପୁର, ୧୭ ।୧୧: ଦୀପାବଳିରେ କୁତ୍ସିତ କାରନାମା । ସନ୍ତାନ ଲାଭ ପାଇଁ ଅନ୍ୟ ଜଣଙ୍କ ଝିଅକୁ ଏକ ଦମ୍ପତି ବଳି ପକାଇଥିବା ଅଭିଯୋଗ ହୋଇଛି । ଉତ୍ତରପ୍ରଦେଶର କାନପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ହଜାରେ ଟଙ୍କା ଦେଇ ଜଣେ ବ୍ୟକ୍ତି ଜଣେ ୭ ବର୍ଷ ଶିଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପୂର୍ବରୁ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ରହିଛି । ସୋମବାର ପୁଲିସ୍ ଅଧିକାରୀ ବ୍ରଜେଶ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ଘଟଣାରେ ଅଙ୍କୁଲ କୁରିଲ (୨୦) ଏବଂ ବିରାନ (୩୧) ନାମକ ବ୍ୟକ୍ତି ଗିରଫ ହୋଇଛନ୍ତି । ସେମାନଙ୍କ ନାମରେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛନ୍ତି । ସେ କହିଛନ୍ତି ଯେ ହତ୍ୟା ପରେ ଉଭୟ ଅଭିଯୁକ୍ତ ଝିଅର ଯକୃତକୁ ବାହାର କରି ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମକୁ ଦେଇଥିଲେ । ମୁଖ୍ୟ ଅଭିଯୁକ୍ତ ଜଣଙ୍କ ତନ୍ତ୍ରମନ୍ତ୍ର କରିବା ପାଇଁ ଏହି ସବୁ କହିଥିଲା ବୋଲି ପୁଲିସ କହିଛି । ପୁଲିସ କହିଛି ଯେ ଏହି ଘଟଣାରେ ସମ୍ପୃକ୍ତ ଥିବା ଆଶଙ୍କା କରି ପୁଲିସ ପୁରୁଷତ୍ତୋମ ଏବଂ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଛି । ପୁରୁଷୋତ୍ତମ ପ୍ରଥମେ ଏହି ମାମଲାରେ ପୁଲିସକୁ ଦ୍ୱନ୍ଦ୍ୱରେ ପକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଜେରା ବେଳେ ସେ ସତ ଓଗାଳିଛି । ସେ ୧୯୯୯ରେ ବିବାହ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ନାହିଁ । ତେଣୁ ତାଙ୍କୁ ତନ୍ତ୍ରମନ୍ତ୍ରର ସାଧନା କରିବାକୁ ନିର୍ଦ୍ଦେଶ ରହିଥିଲା ବୋଲି ସେ କହିଛନ୍ତି । ଯେଉଁଥିପାଇଁ ଗୋଟିଏ ଶିଶୁର ଲିଭର (ଯକୃତ) ଆବଶ୍ୟକ ଥିଲା । ଏଥିପାଇଁ ସେ ତାଙ୍କ ପୁତୁରାର ମାମୁଁକୁ ତାଙ୍କ ବନ୍ଧୁ ବିରାନଙ୍କୁ ପଡୋଶୀ ଶିଶୁର କନ୍ୟାକୁ ଅପହରଣ କରିବା ପାଇଁ ପ୍ରସ୍ତୁତ କରିଥିଲେ ବୋଲି ସେ କହିଥିବା ପୁଲିସ କହିଛି । ଡେପୁଟି ପୁଲିସ୍ ଡିଜି ଡକ୍ଚର ପ୍ରୀତିନ୍ଦର ସିଂ କହିଛନ୍ତି ଯେ ଘାଟପୁର କୋଟୱାଲୀ ଅଞ୍ଚଳରେ ମୃତ ଶିଶୁର ଘର । ଶନିବାର ଦୀପାବଳି ପୂଜା ପାଇଁ ପ୍ରସ୍ତୁତି ଚାଲିଥିଲା । ଏହି ସମୟରେ ହଠାତ ଶିଶୁଟି ନିଖୋଜ ହୋଇଥିବା ତାଙ୍କ ପରିବାର ଲୋକେ କହିଥିଲେ । ଏହାପରେ ରବିବାର ସକାଳେ ମନ୍ଦିର ଦେଇ ଯାଉଥିବା ଗାଁ ଲୋକେ ଶିଶୁର ଶବ ଉଦ୍ଧାର କରିଥିଲେ । ପୁଲିସ ଏବେ ଏହି ହତ୍ୟା ମାମଲାର ତଦନ୍ତ ପାଇଁ ଫରେନସିକ୍ ଟିମର ସାହାଯ୍ୟ ନେଇଥିବା କହିଛି । ଅନ୍ୟପଟେ ନାବାଳିକା ଶିଶୁକୁ ହତ୍ୟା ଘଟଣାରେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଫାଷ୍ଟ ଟ୍ରାକ କୋର୍ଟରେ ଦୋଷୀମାନଙ୍କୁ ଯଥାଶୀଘ୍ର ଦଣ୍ଡିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ପାଞ୍ଚ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.