“ଗୁପକର’ ଗ୍ୟାଙ୍ଗ ତ୍ରିରଙ୍ଗାକୁ ଅସମ୍ମାନ କରୁଛି,

0 54

ନୂଆଦିଲ୍ଲୀ, ୧୭ ।୧୧: ଜମ୍ମୁ କଶ୍ମୀରର ଗୁପକର ମେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ମେଣ୍ଟକୁ ଅପବିତ୍ର ମେଣ୍ଟ ବୋଲି କହିଛନ୍ତି । ଏହି ମେଣ୍ଟ ବାବଦରେ ମତ ରଖି ସେ କହିଛନ୍ତି ଯେ ଏହି ମେଣ୍ଟରେ ଥିବା ଦଳ ଜମ୍ମୁ କଶ୍ମୀରକୁ ଆତଙ୍କବାଦ ଏବଂ ଦୁର୍ନୀତି ଯୁଗକୁ ଫେରାଇ ନେବାକୁ ଚାହୁଁଛନ୍ତି । ଜମ୍ମୁ କଶ୍ମୀର ଭାରତର ଆଭ୍ୟନ୍ତରୀଣ ଅଙ୍ଗ ହୋଇ ଆଗୁକ ରହିବ । ଏହାକୁ କେହି ଛଡ଼ାଇ ନେଇପାରିବେନି । ଦେଶର ଲୋକମାନେ ଏହି ମିଳିତ ମେଣ୍ଟକୁ କେବେ ବି ଗ୍ରହଣ କରିବେନି ବୋଲି ଶାହ କହିଛନ୍ତି । ଗୁପକର ମେଣ୍ଟ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଅନ୍ୟ ଦେଶର ମଧ୍ୟସ୍ଥତା ଦାବି କରୁଛି ବୋଲି ସେ କହିଛନ୍ତି । ଏମିତିକି ଦେଶର ଜାତୀୟ ପତାକାକୁ ସେମାନେ ଅସମ୍ମାନ କରୁଛନ୍ତି । ଏଭଳି ମେଣ୍ଟକୁ କଂଗ୍ରେସ ସମର୍ଥନ କରୁଛି କି ବୋଲି ସୋନିଆ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଜବାବ ମାଗିଛନ୍ତି । ଏହି ମେଣ୍ଟ ଦେଶର ଭାବନାକୁ ନେଇ କାମ କରିବା ଦରକାର । ନଚେତ୍ ଲୋକମାନେ ଏହାକୁ ବୁଡ଼ାଇ ଦେବେ ବୋଲି ସେ କହିଛନ୍ତି । ଏହି ଗୁପକର ମେଣ୍ଟ ଧାରା ୩୭୦କୁ ପୁଣିଥରେ ଲାଗୁ କରିବା ପାଇଁ ଦାବି କରୁଛନ୍ତି । ଏଭଳି ହେଲେ ଦଳିତ, ମହିଳା ଏବଂ ଆଦିବାସୀମାନଙ୍କ ଦିଆଯାଇଥିବା ଅଧିକାର ଛଡ଼ାଇ ନେବାକୁ ଚାହୁଁଛନ୍ତି । ଏହାପରେ ଗୃହମନ୍ତ୍ରୀ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଧାରା ୩୭୦ ବାବଦରେ ମତ ରଖିବାକୁ କହିଛନ୍ତି । ଗତକାଲି ମଧ୍ୟ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏବଂ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଗୁପକର ମେଣ୍ଟ ଉପରେ ବର୍ଷିଥିଲେ । ସମ୍ୱିତ ପାତ୍ର କହିଥିଲେ ଏହି ମେଣ୍ଟ ଦେଶର ସମ୍ୱିଧାନ ଦ୍ୱାରା ପାରିତକୁ ବିରୋଧ କରୁଛି । ଏଥିସହ ଜମ୍ମୁ କଶ୍ମୀରକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ ଯାହା ଦାବି କରୁଛି ସମାନ ଦାବି କରୁଛି ଗୁପକର ମେଣ୍ଟ ।

Leave A Reply

Your email address will not be published.