ବିଶ୍ୱର ଏକମାତ୍ର ଧଳା ଜିରାଫର ସୁରକ୍ଷାକୁ ନେଇ ଚିନ୍ତା

0 64

ଦିଲ୍ଲୀ,୧୭ ।୧୧: ବିଶ୍ୱର ଏକ ମାତ୍ର ଧଳା ଜିରାଫ ପାଇଁ ଚିନ୍ତିତ କେନିୟା ସରକାର । ଆଫ୍ରିକାର କେନିୟା ଜଙ୍ଗଲରେ ରହୁଥିବା ଏହି ଧଳା ଜିରାଫର ସୁରକ୍ଷା ଓ ଏହା ଉପରେ ନଜର ରଖିବାକୁ ସରକାର ଜିପିଏସ ଡିଭାଇସ୍ ଲଗାଇଛନ୍ତି । ତେବେ ସବୁଠାରୁ ଦୁଖଃର କଥା ଏହା ଯେ ଏହି ଜିରାଫର ଏବେ ସୁଦ୍ଧା ନାମକରଣ ହୋଇ ନାହିଁ । ଏହା ହେଉଛି ଏକମାତ୍ର ପୁରୁଷ ଧଳା ଜିରାଫ । ଏହାର କୌଣସି ସାଥୀ ନଥିବାରୁ ଏହା ନିସଙ୍ଗ ଜୀବନ ଅତିବାହିତ କରୁଛି । ଏହି ଫଟୋରେ ଜିରାଫଟି ଏକ ମାଇ ଜିରାଫ ପାଖରେ ଠିଆ ହୋଇଛି । ତେବେ ଏହି ମାଇ ଜିରାଫ ଓ ଏକ ଶିଶୁକୁ ଶିକାରୀ ମାନେ ମାରି ଦେଇଥିଲେ । ଏହା ପରଠୁ ପୁରୁଷ ଜିରାଫ ଏକା ହୋଇ ଯାଇଥିବା ଇସକବିନି ବନ ଅଧିକାରୀ ସୂଚନା ଦେଇଛନ୍ତି । ଜିରାଫଟି ଧଳା ହେବାର କାରଣ ହେଉଛି ଏକ ସ୍ୱତନ୍ତ୍ର ଜିନ । ଏହି ଜିନକୁ ଲେଉସିଜିମ କୁହାଯାଏ । ତେଣୁ ଏହି ବିରଳ ଜିରାଫ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଅଛି । ଜିପିଏସ ଲଗାଇବା ଦ୍ୱାରା ଧଳା ଜିରାଫର ସମସ୍ତ ଗତିବିଧି ଉପରେ ନଜର ରଖି ହେବ ।

Leave A Reply

Your email address will not be published.