ଟିମ୍ ଇଣ୍ଡିଆର ଜର୍ସିରେ ଲେଖାହେବ “ଏମପିଏଲ’

0 72

ନୂଆଦିଲ୍ଲୀ: ଗେମିଂ ଆପ୍ ଏମପିଏଲ ଏବେ ବିସିସିଆଇ ଓ ଟିମ୍ ଇଣ୍ଡିଆ ସହ ଯୋଡ଼ି ହୋଇଯାଇଛି । ଟିମ ଇଣ୍ଡିଆ ଜାତୀୟ ଟିମର କିଟ୍ ପ୍ରାୟୋଜକ ଭାବେ ଆଜି ଏମପିଏଲ ସ୍ପୋର୍ଟସ ଦାୟିତ୍ୱ ନେଇଛି । କେବଳ ଜାତୀୟ ଟିମ୍ ନୁହେଁ, ଭାରତୀୟ ମହିଳା ଓ ଅଣ୍ଡର-୧୯ ଟିମର ମଧ୍ୟ କିଟ୍ ପ୍ରୟୋଜକ ଦାୟିତ୍ୱ ପାଇଛି ଏମପିଏଲ । ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବରୁ ଜାତୀୟ ପୁରୁଷ ଓ ମହିଳା ଦଳ ସହ ଅଣ୍ଡର-୧୯ ଟିମ୍ର କିଟ୍ ପ୍ରାୟୋଜକ ଦାୟିତ୍ୱ ନାଇକ୍ ତୁଲାଉଥିଲା । ଏହାର ଅର୍ଥ ନାଇକ୍ ବଦଳରେ ଏଣିକି ଟିମ୍ ଇଣ୍ଡିଆର ଖେଳାଳିଙ୍କ ଜର୍ସିରେ ଏମପିଏଲ ଲେଖାହେବ । ୨୦୧୬-୨୦୨୦ ଯାଏ କିଟ୍ ପ୍ରାୟୋଜକ ହେବାକୁ ନାଇକ ବିସିସିଆଇକୁ ୩୭୦ କୋଟି ଟଙ୍କା ଦେଇଥିଲା । ଚୁକ୍ତି ଶେଷ ହେବା ପରେ ଏକାଧିକ ସଂସ୍ଥା କିଟ୍ ପ୍ରାୟୋଜକ ହେବାକୁ ଆବେଦନ କରିଥିଲେ । ନଭେମ୍ବର ୨ରେ ବସିସିଆଇର ଉଚ୍ଚସ୍ତରୀୟ କମିଟି ଏମପିଏଲ ନାଁରେ ମୋହର ମାରିଛି । ଏମପିଏଲ ସ୍ପୋର୍ଟସ ହେଉଛି ଗୋଟିଏ ଇ- ସ୍ପୋର୍ଟସ ପ୍ଲାଟଫର୍ମ । ଏହାବାଦ୍ ସଂସ୍ଥା ଖେଳ ଜିନିଷପତ୍ର ଓ କ୍ରିକେଟ ଇକ୍ୟୁପମେଣ୍ଟ ସହ ମାସ୍କ, ରିଷ୍ଟ ବ୍ୟାଣ୍ଡ, ଫୁଟୱେର ଓ ହେଡ୍ଗିୟର ଆଦି ଯୋଗାଇ ଦେଇଥାଏ । ବିସିସିଆଇ ସହ ଏମପିଏଲ ୩ ବର୍ଷ ପାଇଁ ଚୁକ୍ତି କରିଛି । ୨୦୨୩ ଡିସେମ୍ବର ମାସରେ ଏହି ଚୁକ୍ତି ଶେଷ ହେବ । ଅଷ୍ଟ୍ରେଲିଆ ଟୁର୍ ଠାରୁ ଏମପିଏଲ ଭାରତୀୟ ଟିମ୍ ସହ ଯୋଡ଼ି ହେବ । ଏହି ଟୁର୍ରେ ଟିମ୍ ଇଣ୍ଡିଆ ନୂଆ ଜର୍ସିରେ ମଇଦାନକୁ ଓହ୍ଲାଇବ । ଏଥିରେ ଏମପିଏଲ ସ୍ପୋର୍ଟସ ଉଲ୍ଲେଖ କରାଯିବ । ଏହାର ଅର୍ଥ ଏମପିଏଲ ପକ୍ଷରୁ ପ୍ରିଣ୍ଟ ଓ ତିଆରି ଜର୍ସି ଭାରତୀୟ ଦଳର ଖେଳାଳି ମାନେ ପିନ୍ଧିବେ ।

Leave A Reply

Your email address will not be published.