ମାଇନସ୍ ୪୦ ଡିଗ୍ରୀରେ ସେନା ଲାଗି ଆଧୁନିକ ଶଯ୍ୟା, ହିଟରଯୁକ୍ତ ଘର ପ୍ରସ୍ତୁତ

0 67

ନୂଆଦିଲ୍ଲୀ, ୧୮ ।୧୧: ଭୀଷଣ ଥଣ୍ଡାରେ ଲଦାଖ ସେକ୍ଟରରେ ପାରଦ କ୍ରମାଗତ ଖସିବାରେ ଲାଗିଛି । ଅନ୍ୟପଟେ ଚୀନ ସହ ସୀମା ବିବାଦର ସମାଧାନ ହୋଇନଥିବାରୁ ଭାରତୀୟ ସେନା ଚୀନ ସୈନିକଙ୍କ କୌଣସି ପ୍ରକାର ଦୁଃସାହାସର ମୁକାବିଲା ପାଇଁ ଲଦାଖ ଅଞ୍ଚଳରେ ହଜାର ସଂଖ୍ୟକ ସୈନିକଙ୍କ ରହଣୀ ପାଇଁ ଅତ୍ୟାଧୁନିକ ବାସଗୃହ ପ୍ରସ୍ତୁତ କରିଛି । ସରକାରୀ ଭାବେ ବୁଧବାର ଏହାର ସୂଚନା ଦିଆଯାଇଛି । ଭାରତୀୟ ସେନା ଉପସ୍ଥିତି ଥିବା କିଛି ଜାଗାରେ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରୀ ତଳକୁ ହ୍ରାସ ପାଇଥାଏ । ଏହା ବ୍ୟତୀତ ଅଧିକ ଉଚ୍ଚତା ବିଶିଷ୍ଟ ସ୍ଥାନରେ ଥଣ୍ଡା ସମୟରେ ୩୦ ରୁ ୪୦ ଫୁଟ୍ ପର୍ଯ୍ୟନ୍ତ ବରଫ ଜମି ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଯବାନଙ୍କ ରହଣୀ ଲାଗି ଅତ୍ୟାଧୁନିକ ବାସଗୃହ ନିର୍ମାଣ କରାଯାଇଛି । ଆର୍ମି ଦ୍ୱାରା ଜାରି ଭିଡିଓରେ ଭାରତୀୟ ସେନାର ପ୍ରସ୍ତୁତି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଏଥିରେ ସୈନିକଙ୍କ ପାଇଁ ଶଯ୍ୟା, ଆଲମାରୀ ଓ ହିଟରର ସୁବିଧା ରହିଛି । ଅନେକ କୋଠରୀରେ ଗୋଟିଏ ଗୋଟିଏ ବେଡ୍ର ବ୍ୟବସ୍ଥା କରାଯାଇଛି । ସୂତ୍ର ଅନୁଯାୟୀ, ମୋର୍ଚ୍ଚାରେ ଉପସ୍ଥିତ ସୈନିକଙ୍କ ମୁତୟନ ହିସାବରେ ତାଙ୍କ ପାଇଁ ଗରମ ଟେଣ୍ଟର ବ୍ୟବସ୍ଥା କରାଯାଇଛି । ସୂଚନା ଅନୁଯାୟୀ ଭାରତୀୟ ସେନା ଥଣ୍ଡା ସ୍ଥିତିକୁ ଦୃଷ୍ଟିରେ ରଖି ରୁଷର ଟେଣ୍ଟ କିଣାଯାଇଛି । କାନପୁରର ଅର୍ଡିନାନ୍ସ ଫ୍ୟାକ୍ଟ୍ରିରୁ ଏହି ଧରଣର ଟେଣ୍ଟ କିଣିବା ପାଇଁ ଯୋଗାଯୋଗ କରାଯାଇଛି । ଚୀନ ପାଙ୍ଗଙ୍ଗ ନିକଟ ଏଲଏସିରେ ସଂଘର୍ଷ ସ୍ଥାନରେ ଅସ୍ଥାୟୀ ଢାଞ୍ଚା ନିର୍ମାଣ କରିଛି । ଅଧିକାରୀ କହିଛନ୍ତି, ଲକ୍ଡାଉନ୍ କାରଣରୁ କିଛି ସଂସ୍ଥା ଭାରତୀୟ ସେନାର ସୈନିକଙ୍କ ପାଇଁ ବାସଗୃହ ନିର୍ମାଣ ପାଇଁ ଉପକରଣ ପ୍ରସ୍ତୁତରେ ସାହାଯ୍ୟ କରିଥିଲେ । ହେଲେ ଲକ୍ଡାଉନ୍ କାରଣରୁ ସେନାକୁ ଏହା ପଉଲବ୍ଧ ହୋଇ ପାରିନାହିଁ ।

Leave A Reply

Your email address will not be published.