ଏସ୍.ଜୟଶଙ୍କରଙ୍କ ରାଜ୍ୟସଭା ନିର୍ବାଚନ ମାମଲା

0 76

ବିଭିନ୍ନ ପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ ୧୮ ।୧୧: କେନ୍ଦ୍ର ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ରାଜ୍ୟସଭା ନିର୍ବାଚନକୁ ଚାଲେଞ୍ଜ କରି ରୁଜୁ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ନୋଟିସ୍ ଜାରି କରିଛନ୍ତି । ଏ ନେଇ ଆବେଦନକାରୀ ମାନେ ରାଜ୍ୟସଭାରେ ନିୟମିତ ରିକ୍ତ ପଦବୀ ଲାଗି ଆକସ୍ମିକ ଉପନିର୍ବାଚନ ଲାଗି ପୃଥକ ଅଧିସୂଚନା ଜାରି କରିବାରେ ନିର୍ବାଚନ ଆୟୋଗଙ୍କ କ୍ଷମତାକୁ ପ୍ରସଙ୍ଗ କରିଛନ୍ତି । ଗୁଜରାଟରୁ ରାଜ୍ୟସଭାକୁ ଏସ୍.ଜୟଶଙ୍କରଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଭିନ୍ନ ଆବେଦନକାରୀଙ୍କ ପିଟିସନର ଏକ ବ୍ୟଚ୍ ଉପରେ ସୁପ୍ରିମକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି । ଏଥିରେ ଗୋଟିଏ ପିଟିସନ କଂଗ୍ରେସ ସାଂସଦ ଗୌରବ ପାଣ୍ଡ୍ୟାଙ୍କର ମଧ୍ୟ ରହିଛି । କପିଲ ଶିବଲଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ୍ ଏସ୍.ଏ.ବୋବଡେ, ଜଷ୍ଟିସ୍ ଏ.ଏସ୍.ବୋପାତ୍ତା ଓ ଜଷ୍ଟିସ୍ ଭି.ରାମସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏହି ସବୁ ମାମଲାର ଶୁଣାଣି ଲାଗି ଗୋଟିଏ ତାରିଖ ନିର୍ଦ୍ଧାରିତ ହେବା ଆବଶ୍ୟକ ବୋଲି କହିଛନ୍ତି । ଭିଡିଓ କନଫରେନସିଂରେ ଅନୁଷ୍ଠିତ ଏହି ଶୁଣାଣିରେ କୋର୍ଟ “ଆମେ ଆପଣଙ୍କୁ ଏକ ତାରିଖ ଦେବୁ ଓ ତାହାକୁ ବିବିଧ ଦିନଲାଗି ସୂଚୀବଦ୍ଧ କରାଯିବ’ ବୋଲି କହିଛନ୍ତି । ଜୟଶଙ୍କରଙ୍କ ପକ୍ଷରୁ ନିଯୁକ୍ତ ବରିଷ୍ଠ ଓକିଲ ହରିସ ସାଲଭେ କୋର୍ଟଙ୍କ ନୋଟିସ୍ ଗ୍ରହଣ କରିଛନ୍ତି । ମାମଲାରେ ଗୁଜରାଟ ଉଚ୍ଚନ୍ୟାୟାଳୟ କଂଗ୍ରେସ ସାଂସଦ ପାଣ୍ଡ୍ୟାଙ୍କ ଆବେଦନକୁ ଅଗ୍ରାହ୍ୟ କରିସାରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଜୁଗଲଜୀ ଠାକୋରଙ୍କ ନିର୍ବାଚନକୁ ବିରୋଧ କରି କଂଗ୍ରେସ ନେତ୍ରୀ ଚନ୍ଦ୍ରକିତାବେନ ଚୂଡାସମା ଓ ପରେଶ କୁମାର ଧନାନୀଙ୍କ ଦ୍ୱାରା ରୁଜୁ ଅନ୍ୟ ଦୁଇଟି ପିଟିସନକୁ ମଧ୍ୟ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ମାମଲାରେ ଚୂଡାସମା ଓ ଧନାନୀ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛନ୍ତି । ଜୟଶଙ୍କର ଓ ଠାକୋର ଉଭୟ ରାଜ୍ୟସଭାରେ ଖାଲି ହୋଇଥିବା ଅମିତ ଶାହ ଓ ସ୍ମୃତି ଇରାନୀଙ୍କ ଆସନ ଲାଗି ୫ ଜୁଲାଇ ୨୦୧୯ରେ ଗୁଜରାଟରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହି ନିର୍ବାଚନରେ ପାଣ୍ଡ୍ୟା ଏବଂ ଚୂଡାସମାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା । ଏଥିରେ କଂଗ୍ରେସ ନେତାମାନେ ରାଜ୍ୟ ଉଚ୍ଚନ୍ୟାୟାଳୟଙ୍କ ଶରଣାପତ୍ତ ହୋଇଥିଲେ । ନିର୍ବାଚନ କମିଶନ ଦୁଇ ରିକ୍ତ ଆସନକୁ ପୃଥକ ପୃଥକ ଶ୍ରେଣୀରେ ବିଭକ୍ତ କରି ପୃଥକ ଉପନିର୍ବାଚନ କରାଇଥିଲେ । ଯାହାକୁ କଂଗ୍ରେସ ନେତାମାନେ ସାମ୍ବିଧାନିକ ବ୍ୟବସ୍ଥାରେ୧୯୫୧ ଜନପ୍ରତିନିଧି (ଆରପି) ଆଇନ ଓ ନିର୍ବାଚନ ସଞ୍ଚାଳନ ନିୟମ ୧୯୬୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଅଭିଯୋଗ କରିଥିଲେ । ତେବେ ଆବେଦନକାରୀ ଉଚ୍ଚନ୍ୟାୟାଳୟଙ୍କୁ ଏପରି ନିର୍ବାଚନର କାରଣ ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇପାରିନଥିଲେ । ଏଣୁ ନ୍ୟାୟାଳୟ ସେମାନଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ । ତେବେ ଜୟଶଙ୍କର ଓ ଠାକୋର ନିଜନିଜ ପକ୍ଷ ରଖି ଏପରି ନିର୍ବାଚନ କରାଇ ନିର୍ବାଚନ ଆୟୋଗ କୌଣସି ନିୟମ ଭଙ୍ଗ କରିନଥିବା କହିଥିଲେ । ୨୦୦୯ ମସିହା ପରେ ରାଜ୍ୟସଭାରେ ଖାଲି ହେଉଥିବା କାଜୁଆଲ ଶୂନ୍ୟ ପଦବୀ ନିମନ୍ତେ ପୃଥକ ଅଧିସୂଚନା ଜାରି ନିମନ୍ତେ ନିର୍ବାଚନ ପାନେଲ ପୃଥକ ଅଭ୍ୟାସ କରିଥିବା ସେମାନେ ଦର୍ଶାଇଥିଲେ ।

Leave A Reply

Your email address will not be published.