ଡ୍ରାଗନକୁ ଚକମା ଦେଲା ଆମେରିକା ବୋମାବର୍ଷୀ ଜେଟ୍

0 71

ବେଜିଂ ୧୮ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜିତ ହାସଲ କରିଥିବା ଜୋ ବାଇଡେନ୍ ଓ ଡୋନଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ମଧ୍ୟରେ ୟୁଏସ୍ ଏୟାରଫୋର୍ସ ପୂର୍ବ ଏସିଆରେ ନିଜର ମିସନ୍ ଜାରି ରଖିଛି । ବିସ୍ତାରବାଦୀ ଚୀନ ବିଶ୍ୱକୁ ନାଲି ଆଖି ଦେଖାଇବାକୁ ଯୋଜନା କରୁଥିବା ବେଳେ ଆମେରିକା କିନ୍ତୁ ଡ୍ରାଗନ୍ ଉପରେ ଭାରି ପଡ଼ୁଛି । ଚୀନ ନୈସେନା ଅଭ୍ୟାସ୍ ଜାରି ରଖିଥିବା ବେଳେ ଆମେରିକାର ଦୁଇ ଦୂରଗାମୀ ବୋମାବର୍ଷୀ ଜେଟ୍ ପଶି ଆସିଥିବା ଜଣାପଡ଼ିଛି । ଚୀନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ୍ ଜୋନ୍(ଏଡିଆଇଜେଡ୍) ଭିତରକୁ ୟୁଏସ୍ ଜେଟ୍ ପ୍ରବେଶ କରିଥିବା ନେଇ ଏୟାରକ୍ରାଫ୍ଟ ସ୍ପଟସ୍ ପକ୍ଷରୁ ସୂଚନା ମିଳିଛି । ପ୍ଲେନ୍ ଟ୍ରାକର ଏୟାରକ୍ରାଫ୍ଟ ସ୍ପଟ୍ସ୍ ଟ୍ୱିଟ୍ କରି ଜଣାଇଛି ଯେ, ଦୁଇଟି ୟୁଏସ୍ଏ ଏଫ୍ ବି-୧ବି ବମର(ବୋମାବର୍ଷୀ) ଚୀନର ଏଡିଆଇଜେଡ୍ ମଧ୍ୟକୁ ପ୍ରବେଶ କରିଥିଲା । ବି-୧ବି ସବୁଠୁ ବଡ଼ ବୋମାବର୍ଷୀ ଜେଟ୍ । ଯାହାକି ଫାଇଟର ପ୍ଲେନ୍ କିମ୍ବା ସ୍ପାଏ ପ୍ଲେନ୍ରୁ ନିକ୍ଷେପ କରାଯାଏ । ତେବେ ନିଜର ମିଶନ୍ ବେଳେ ଆମେରିକା ଏୟାରଫୋର୍ସ ଏହାକୁ ଚୀନ ଉପକୂଳ ଦେଇ ଛାଡ଼ିଥିବା ଜଣାପଡ଼ିଛି । ସ୍ପାଏ ମିସନ୍ରେ ଏଭଳି ଏୟାରକ୍ରାଫ୍ଟର ବ୍ୟବହାର କରାଯାଉଥିବା ନଜିର ନାହିଁ । ଯାହାକି ଦର୍ଶାଉଛି ଆମେରିକା ଚୀନକୁ ସତର୍କବାଣୀ ଦେଇଛି । ତେବେ ବୋମାବର୍ଷୀ ଜେଟ୍ ଚୀନର ଏଡିଆଇଜେଡ୍ ସୀମାରେ ସାମାନ୍ୟ ପ୍ରବେଶ କରିଥିବା ଏୟାରକ୍ରାଫ୍ଟ ସ୍ପଟ୍ସ୍ର ଟ୍ୱିଟ୍ରୁ ଜାଣିବାକୁ ମିଳିଛି ।

Leave A Reply

Your email address will not be published.