୨୦୨୧ରେ ଭାରତର ଇଂଲଣ୍ଡ ଗସ୍ତ

0 71

ଖେଳାଯିବ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା

ନୂଆଦିଲ୍ଲୀ ୧୮ ।୧୧: କରୋନା କାରଣରୁ ୨୦୨୦ରେ କ୍ରିକେଟ୍ ସିଜିନ ସଂପୂର୍ଣ୍ଣ ବରବାଦ ହୋଇ ଯାଇଛି । ଅନେକ ଟୂର୍ଣ୍ଣାମେଣ୍ଟ ଓ ଶୃଙ୍ଖଳା ସ୍ଥଗିତ କରାଯାଇଛି । କିନ୍ତୁ ଆସନ୍ତା ବର୍ଷ ଭାରତ କ୍ରମାଗତ କ୍ରିକେଟ୍ ଖେଳିବାକୁ ଯାଉଛି । ଏହି କ୍ରମରେ ଅଗଷ୍ଟ ମାସରେ ଭାରତ ଇଂଲଣ୍ଡ ଗସ୍ତ କରିବ । ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ । ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ ବୁଧବାର ଶୃଙ୍ଖଳାର କାର୍ଯ୍ୟସୂଚୀ ଘୋଷଣା କରିଛି । ପ୍ରଥମ ଟେଷ୍ଟ ଅଗଷ୍ଟ ୪ରେ ଟ୍ରେଣ୍ଟବିଜ୍ରେ ଖେଳାଯିବ । ଦୁଇ ଦଳ ମଧ୍ୟରେ ଐତିହାସିକ ଲର୍ଡସ୍ ପଡିଆରେ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।
ହେଣ୍ଡିଗ୍ଲେରେ ଦୁଇ ଦଳ ମଧ୍ୟରେ ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଅଗଷ୍ଟ ୨୫ରୁ ୨୯ ମଧ୍ୟରେ ଖେଳାଯିବ । ସେହିପରି ସେମ୍ୱେର ୨ରୁ ୬ ତାରିଖ ମଧ୍ୟରେ ଚତୁର୍ଥ ଟେଷ୍ଟ ଓଭାଲରେ ଖେଳାଯିବ । ପଞ୍ଚମ ତଥା ଶେଷ ଟେଷ୍ଟ ସେମ୍ୱେର ୧୦ରୁ ୧୪ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ପଡିଆରେ ଖେଳାଯିବ ।
ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ଗସ୍ତ ସାରି ସ୍ୱଦେଶ ଫେରିବ । ଏହା ପରେ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ତିନୋଟି ଫର୍ମାଟରେ ମ୍ୟାଚ୍ ଖେଳିବ । ଏହି ଗସ୍ତରେ ୪ ଟେଷ୍ଟ, ୪ ଦିନିକିଆ ଓ ୪ ଟି-୨୦ ମ୍ୟାଚ୍ ଖେଳାଯିବ । ଇଂଲଣ୍ଡ ଗସ୍ତ ସମାପ୍ତ ପରେ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ଆଇପିଏଲ ଖେଳାଯିବ । ଆଇପିଏଲ ଶେଷ ହେବା ପରେ ଜୁନରେ ଭାରତ ଶ୍ରୀଲଙ୍କା ଗସ୍ତରେ ଯାଇ ୩ ଦିନିକିଆ ଓ ୫ ଟି-୨୦ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବ । ଏହା ବ୍ୟତୀତ ଜୁନ-ଜୁଲାଇରେ ଏସିଆ କପ୍ ଆୟୋଜନ ହେବାର ଅଛି ।

Leave A Reply

Your email address will not be published.