ଗଜପତିର କାଶୀନଗରରେ ବଡ ଧରଣର ଚୋରୀ

0 73

୧୦ଲକ୍ଷ ଟଙ୍କା, ୧୬ ତୋଳା ସୁନା ଓ ରୂପା ସାମଗ୍ରୀ ଚୋରୀ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର କାଶୀନଗର ବ୍ଲକ ମହକୁମାରେ ଏକ ବଡ ଧରଣର ଚୋରୀ ଘଟଣା ଘଟିଛି । ଗତ ୧୭ତାରିଖ ଦିନ କାଶୀନଗର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ୧୦ଲକ୍ଷ ଟଙ୍କା,୧୬ତୋଳା ସୁନା ଆଦି ଚୋରୀ ହୋଇଛି । ଏ ନେଇ ପୋଲିସ ଡଗ ସ୍କାର୍ଡ ଓ ସାଇଣ୍ଟିଫିକ ଟିମ୍ ଦ୍ୱାରା ବ୍ୟାପକ ତନାଘନା ଆରମ୍ଭ କରିଛନ୍ତି । କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାଇ ୧୧ନମ୍ବର ୱାର୍ଡ ନିକଟ ଫରେଷ୍ଟ ଛକ ଠାରେ ରହୁଥିବା ଭେଙ୍କଟେଶ ପିତାମ୍ବରଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି । ତାଙ୍କ ଘରୁ ୧୦ଲକ୍ଷ ଟଙ୍କା ୧୬ ତୋଳା ସୁନା ଓ ରୂପା ସାମଗ୍ରୀ ତାଙ୍କ ଆଲମିରା ଭାଙ୍ଗି ଚୋର ନେଇଯାଇଥିବା ଅଭିଯୋଗ ହୋଇଛି । ୧୮ ତାରିଖ ପୂର୍ବାହ୍ନରେ ଡଗ ସ୍କାର୍ଡ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଅନୁସନ୍ଧାନ ଚଳାଇଥିବାବେଳେ ପୋଲିସ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି । ଚୋରୀର ଶିକାର ହୋଇଥିବା ପିତାମ୍ବର ଜଣାଇଛନ୍ତି ଯେ ଘରେ ତାଲାପକାଇ ପରିବାର ସହ ସେ ବାହାରକୁ ଯାଇଥିବାବେଳେ ତାଙ୍କ ଘରେ ଚୋର ପଶିଥିଲା । ସେ ଘର ତାଲା ଖୋଲି ଆଲମିରା ଭାଙ୍ଗି ଟଙ୍କା ଓ ସୁନା ରୂପା ଚୋରୀ କରାଯାଇଥିବାର ସୂଚନା ମିଳିଛି । ଶୀଘ୍ର ସତ୍ୟାସତ୍ୟ ଜଣାପଡିଯିବ ଓ ଚୋରର ସନ୍ଧାନ ମିଳିଯିବ ବୋଲି କାଶୀନଗର ପୋଲିସ ଆଶା ପ୍ରକଟ କରିଛି । ଚୋରୀର ଶିକାର ହୋଇଥିବା ପିତାମ୍ବର କେହି ଜଣାଶୁଣା ଲୋକ ଏହି ଚୋରୀ ସହ ସମ୍ପୃକ୍ତ ବୋଲି ସନ୍ଦେହ ପ୍ରକଟ କରୁଥିବାର କହିଛନ୍ତି ।

Leave A Reply

Your email address will not be published.