କୁଳଭୂଷଣଙ୍କୁ ଅପହରଣ କରିଥିବା ଆତଙ୍କୀ ନିହତ

0 86

ନୂଆଦିଲ୍ଲୀ, ୧୯ ।୧୧: ଇରାନ୍ର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମୁଲ୍ଲା ଓମାରକୁ ପାକିସ୍ତାନ ପୋଲିସ ହତ୍ୟା କରିଛି । ବାଲୋଚିସ୍ତାନର ତୁର୍ବତ ସହରରେ ପାକ ପୋଲିସ ହତ୍ୟା କରିଛି । ମୁଲ୍ଲା ଓମାର ଭାରତର କୁଳଭୂଷଣ ଯାଦବଙ୍କୁ ଅପହରଣ କରି ପାକିସ୍ତାନକୁ ହସ୍ତାନ୍ତର କରିଥିଲା । ଏଥିସହିତ ଇରାନ୍ରେ ଅନେକ ସେନାଙ୍କୁ ହତ୍ୟା କରିଥିବା ଅରୋପ ମଧ୍ୟ ତା ବିରୋଧରେ ରହିଛି ।
ଇରାନ୍ର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ ପାକିସ୍ତାନ ଆର୍ମି ଅଧିକାରୀଙ୍କୁ ଭେଟିବାର କିଛିଦିନ ପରେ ଆତଙ୍କବାଦୀ ମୁଲ୍ଲା ଓମାରକୁ ହତ୍ୟା କରାଯାଇଛି । ତେଣୁ ଏହି ଘଟଣା ପଛରେ ଉଭୟ ଅଧିକାରୀଙ୍କ ହାତ ଥିବା କୁହାଯାଉଛି । ଡନ୍ରେ ପ୍ରକାଶିତ ଏକ ଖବରରୁ ଜଣାଯାଇଛି, ଇରାନର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ମୁଲ୍ଲା ଓମାରକୁ ବାଲୋଚିସ୍ତାନର କେଚ୍ ଜିଲ୍ଲା ତୁର୍ବତ ସହରରେ ଗୁଳିକରି ହତ୍ୟା କରାଯାଇଛି । ଏଥିସହିତ ତା’ର ଦୁଇ ପୁତ୍ରଙ୍କୁ ମଧ୍ୟ ହତ୍ୟା କରାଯାଇଛି । ମିଳିଥିବା ଖବର ଅନୁସାରେ, ପାଟ୍ରୋଲିଂ ସମୟରେ ପୋଲିସ ଏକ ଗାଡିକୁ ଅଟକାଇବାକୁ ସିଗ୍ନାଲ ଦେଇଥିଲା । ହେଲେ ଗାଡ଼ ଅଟକି ନ ଥିବାରୁ ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏହାପରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଏଥିରେ ମୁଲ୍ଲା ଓମାର ସହ ତାର ଦୁଇ ପୁଅ ନିହତ ହୋଇଥିଲେ । ମୁଲ୍ଲା ଇରାନର ଅନେକ ଇରାନୀ ସେନା ଅଧିକାରୀଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ସଂପୃକ୍ତ ଥିଲା । ମୁଲ୍ଲାର ଦୁଇ ପୁଅଙ୍କ ମୃତ ଦେହକୁ ଚିହ୍ନଟ କରାଯାଇଛି । ସେମାନଙ୍କ ନାମ ହସନ ଓ ହୁସେନ ବୋଲି ଜଣାଯାଇଛି ।

Leave A Reply

Your email address will not be published.