ଗଗନୟାନ ମିଶନରେ ବାଧା ସାଜିଛି କରୋନା

0 72

ନୂଆଦିଲ୍ଲୀ: ଭାରତ ସମେତ ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ସହ ଲଢ଼େଇ କରୁଛି । ଏହାର ପ୍ରଭାବ ଏବେ ଗଗନୟାନ ପ୍ରକଳ୍ପ ସମେତ ଅନେକ ଜିନିଷ ଉପରେ ପଡିଛି । ବିନା ପାଇଲଟ ବା ମଣିଷରେ ଗଗନାୟନ ଯାନ ମହାକାଶକୁ ଯିବ । ଇସ୍ରୋ ଏହାକୁ ତିଆରି କରୁଛି । ଇସ୍ରୋ ଏହାକୁ ୨୦୨୧ର ପ୍ରଥମ ୬ ମାସ ମଧ୍ୟରେ ଲଞ୍ଚ କରିବାକୁ ଯୋଜନା କରିଥିଲା । କିନ୍ତୁ ଏବେ ଏହାକୁ ୨୦୨୧ ବର୍ଷ ଶେଷରେ ଲଞ୍ଚ କରିବ ଇସ୍ରୋ । ଏହାବାଦ, ଇସ୍ରୋ ମହାକାଶକୁ ମଣିଷ ପଠାଇବା ପୂର୍ବରୁ ୨୦୨୨ରେ ବିନା କ୍ରିଉ ସଦସ୍ୟରେ ଆଉ ଏକ ମହାକାଶ ଯାନ ପଠାଇବ ବୋଲି ଜଣାପଡ଼ିଛି । ଇସ୍ରୋର ଅଧ୍ୟକ୍ଷ କେ ଶିବନ୍ ଏହା କହିଛନ୍ତି । ସିବନ କହିଛନ୍ତି, ଆଗାମୀ ଦିନରେ କଣ ହେବ, ଆମକୁ ଏବେଠୁ ସ୍ଥିର କରିବାକୁ ହେବ । ଆସନ୍ତା ବର୍ଷ ଆମେ ଦୁଇଟି ମାନବ ବିହୀନ ମିଶନ ଆରମ୍ଭ କରିବୁ । ହେଲେ ସବୁ କିଛି ସମୟ ଏବଂ ସ୍ଥିତି ଉପରେ ନିର୍ଭର କରେ । ଭବିଷ୍ୟତରେ କରୋନାର ପ୍ରଭାବ ଜାରି ରହିଲେ କିଛି ଯୋଜନା ବିଷୟରେ ପୁନର୍ବାଚାର କରିବାକୁ ପଡିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.