ଭାରତକୁ ମିଳିଲା ଶକ୍ତିଶାଳୀ ପି-୮ଆଇ ବିମାନ

0 74

ନୂଆଦିଲ୍ଲୀ,୧୯ ।୧୧: ଚୀନ୍ ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଭାରତକୁ ଆମେରିକାଠୁ ସ୍ୱତନ୍ତ୍ର ବିମାନ ମିଳିଛି । ଭାରତୀୟ ନୌସେନାକୁ ବୁଧବାର ଆମେରିକା ସହ ହୋଇଥିବା ୧.୧ ଅରବ ଡଲାରର ପ୍ରତିରକ୍ଷା ବୁଝବଣା ଆଧାରରେ ୪ଟି ପୋସାୟଡନ ୮ଆଇ ଯୁଦ୍ଧ ବିମାନ ମିଳିଛି । ଏହି ଯୁଦ୍ଧ ବିମାନ ସମୁଦ୍ରରେ ନଜର ରଖିବା ସହ ବୁଡା ଜାହଜକୁ କାଉଣ୍ଟର ଦେଇପାରିବ । ସୂତ୍ର ଅନୁସାରେ ଏହି ବିମାନ ଅତ୍ୟାଧୁନିକ ସେନର୍ସ ବିଶିଷ୍ଟ । ଏହା ବୁଧବାର ଗୋଆରେ ଥିବା ନାଭାଲ ବେସ୍ ଆଇଇଏନଏସ ହଂସରେ ଓହ୍ଲାଇଛି । ଭାରତୀୟ ନୌସେନା ପାଖରେ ପୂର୍ବରୁ ମଧ୍ୟ ୮ଟି ପି-୮ଆଇ ବିମାନ ରହିଛି । ଯାହାକୁ ଭାରତ ମହାସାଗରରେ ଚୀନ ଜାହାଜ ଓ ବୁଡା ଜାହାଜ ଉପରେ ନଜର ରଖିବା ପାଇଁ ନିୟୋଜିତ କରାଯାଇଛି । ଏହି ବିମାନ ଏବେ ପାକିସ୍ତାନ ଓ ଚୀନର ଚିନ୍ତା ବଢାଇଦେଇଛି । ସୂଚନାଯୋଗ୍ୟ, ୨୦୧୬ରେ ପ୍ରତିରକ୍ଷା ମନ୍ତ୍ରାଳୟ ଏପରି ୪ଟି ବିମାନ ପାଇଁ ଅର୍ଡର ଦେଇଥିଲା । ଗତ ବର୍ଷ ସରକାର ଆଉ ୬ଟି ପି-୮ଆଇ ବିମାନ କିଣିବା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.