ରାଜ୍ୟରେ ନୂଆ ଆକ୍ରାନ୍ତ ୭୫୭ ଚିହ୍ନଟ

0 78

ଭୁବନେଶ୍ୱର : ଗତ କିଛି ଦିନ ହେବ ରାଜ୍ୟରେ ହଜାରେ ତଳେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ୭୫୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରୁ ୪୩୬ ଓ ସ୍ଥାନୀୟ ଅଞ୍ଚଳରୁ ୩୨୧ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୫୪୫ରେ ପହଞ୍ଚିଛି। ୩,୦୨,୭୯୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮,୦୮୮ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭୦ ଓ କଟକରୁ ୬୭। ଅନୁଗୁଳରୁ ୭୫, ବାଲେଶ୍ୱର ୩୪, ବରଗଡ ୧୨, ଭଦ୍ରକ ୧୯, ବଲାଙ୍ଗୀର ୩୫, ଦେଓଗଡ଼ ୧, ଢେଙ୍କାନାଳ ୯, ଗଜପତି ୧, ଗଞ୍ଜାମ ୧୩, ଜଗତସିଂହପୁର ୪୨, ଯାଜପୁର ୨୭, ଝାରସୁଗୁଡ଼ା ୨୫, କଳାହାଣ୍ଡି ୩୭, କନ୍ଧମାଳ ୪, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୨୬, କୋରାପୁଟ ୮, ମାଲାକାନଗିରି ୮, ମୟୁରଭଞ୍ଜ ୪୩, ନବରଙ୍ଗପୁର ୧୦, ନୟାଗଡ ୬, ନୂଆପଡ଼ା ୪୧, ପୁରୀ ୯, ରାୟଗଡ଼ା ୪, ସମ୍ବଲପୁର ୩୫, ସୋନପୁର ୧, ସୁନ୍ଦରଗଡ ୫୨, ଷ୍ଟେଟ ପୁଲରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.