ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୪ ମୃତ

0 68

ପ୍ରତାପଗଡ଼, ୨୦ ।୧୧: ଉତ୍ତରପ୍ରଦେଶ ପ୍ରତାପଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମାନିକପୁର ଥାନା ଅଞ୍ଚଳରେ ବିଳମ୍ୱିତ ରାତିରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ୍ ସହ ଧକ୍କା ହୋଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଡ୍ରାଇଭରଙ୍କୁ ନିଦ ଲାଗିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସୂଚନା ଅନୁସାରେ ବରଯାତ୍ରୀ ନବାବଗଞ୍ଜ ଥାନା ଅଞ୍ଚଳର ଶେଖପୁର ଗାଁରେ ବିବାହ ସମାରୋହରେ ଯୋଗଦେଇ ଏକ ବୋଲେରୋରେ ଘରକୁ ଫେରୁଥିଲେ । ଏହି ସମୟରେ ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ୍ ସହ ବୋଲେରୋ ଧକ୍କା ହୋଇଥିଲା । ମର୍ମନ୍ତୁଦ ଦୁର୍ଘଟଣା ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବା ଜଣାପଡିଛି । ଦୁର୍ଘଟଣାର ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗ୍ୟାସ୍ କଟର ସାହାଯ୍ୟରେ ଗାଡିକୁ କାଟି ସମସ୍ତ ୧୪ ଜଣଙ୍କର ମୃତଦେହ ବାହାର କରିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା । ପୋଲିସ ସମସ୍ତ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି । ଦୁର୍ଘଟଣାର ଶିକାର ହୋଇଥିବା ୧୨ ବରଯାତ୍ରୀ କୁଣ୍ଡା କୋତବାଲି ଜିଗରାପୁର ଚୌସା ଗାଁର ବୋଲି ଜଣାପଡିଛି । ବୋଲେରୋ ଡ୍ରାଇଭର ସମେତ ଦୁଇ ଜଣ କୁଣ୍ଡା ଅଞ୍ଚଳର ଅନ୍ୟ ଗାଁର ବୋଲି କୁହାଯାଉଛି । ଦୁର୍ଘଟଣାର ଖବର ପାଇବା ପରେ ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା ।

Leave A Reply

Your email address will not be published.