ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଓହରି ଗଲେ ୩୧ ହଜାରରୁ ଅଧିକ ପରୀକ୍ଷାର୍ଥୀ

0 71

ନୂଆଦିଲ୍ଲୀ, ୨୦ ।୧୧: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟସ୍ ଅଫ୍ ଇଣ୍ଡିଆ ଜାନୁଆରୀରେ ଚାଟାର୍ଡ ଆକାଉଣ୍ଟ ପରୀକ୍ଷା ପାଇଁ ଘୋଷଣା କରିଛି । ଏହି ପରୀକ୍ଷା ୨୧ ଜାନୁଆରୀରୁ ନଭେମ୍ବରରେ ଯେଉଁ ସବୁ ସହରରେ ପରୀକ୍ଷା ଆୟୋଜିତ ହୋଇଛି ସେହି ସବୁ ସହରରେ ହେବ ବୋଲି ଜଣାପଡ଼ିଛି । ତେବେ ନଭେମ୍ବରରେ ହେବାକୁ ଥିବା ପରୀକ୍ଷାରୁ ପାଖାପାଖି ୩୧,୫୦୦ ସିଏ ଆବେଦନକାରୀ ଓହରିଯାଇଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ଦୁଇ ତୃତୀୟାଂଶ ଛାତ୍ରଛାତ୍ରୀ ଜାନୁଆରୀରେ ପରୀକ୍ଷା ଦେବାକୁ ମନସ୍ଥ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧,୬୮୭ ଜଣ ମେ’ ସେସନ୍ରେ ପରୀକ୍ଷା ଦେବେ । ନଭେମ୍ବର ସେସନ ଶନିବାରଠୁ ଆରମ୍ଭ ହେବାକୁ ଥିବା ବେଳେ ଜାନୁଆରୀ ସେସ୍ନ ପାଇଁ ଆସିଏଆଇ ଗୁରୁବାର ଘୋଷଣା କରିଛି । ତେବେ ଯେଉଁ ପିଲା ନଭେମ୍ବରରେ ପରୀକ୍ଷା ଦେବାକୁ ଚାହୁଁ ନାହାନ୍ତି ସେମାନଙ୍କ ପାଇଁ ଏହି ଅତିରିକ୍ତ ସେସ୍ନ ଘୋଷଣା କରାଯାଇଥିବା ଜଣାପଡ଼ିଛି । କରୋନା ମହାମାରୀ ସମୟରେ ଫିଜିକାଲ୍ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି । ଏହାକୁ ଦୃଷ୍ଟିରେ ରଖି ଯେଉଁ ପିଲାମାନେ ପରୀକ୍ଷା ପାଇଁ ଅସହଜ ମନେ କରୁଛନ୍ତି ସେମାନେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଓହରିଯାଇପାରିବେ ବୋଲି ଆଇସିଏଆଇ ସଭାପତି ଅତୁଲ ଗୁପ୍ତା କହିଥିଲେ । ଆଇସିଏଆଇ କେନ୍ଦ୍ର ସରକାରଙ୍କ କରୋନା ଗାଇଡ୍ଲାଇନ୍ ଉଲ୍ଲଂଘନ କରି ୧୮ ଦିନିଆ ଫିଜିକାଲ ଫରୀକ୍ଷା କରୁଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ । ବହୁ ପରୀକ୍ଷା କେନ୍ଦ୍ର, ବ୍ଲକ୍ରେ ବିଭକ୍ତ କରିବା ସହ ପ୍ରତି ବ୍ଲକ୍ରେ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେବେ ଏହା କରୋନା ଗାଇଡଲାଇନ୍ର ଖୋଲାଖୋଲି ଉଲ୍ଲଂଘନ ବୋଲି ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.