ଜେଲିଫିସ୍ ଆତଙ୍କ, ୯୦ଜଣଙ୍କୁ ଦଂଶିସାରିଲେଣି

0 72

ପାନାଜୀ, ୨୦ ।୧୧: ଗୋଆ ବିଚ୍ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଶସ୍ତା ଓ ସୁନ୍ଦର ସ୍ଥାନ ହୋଇଥିବାରୁ ଗୋଆ ବୁଲିଯିବାକୁ ଲୋକେ ବେଶ ପସନ୍ଦ କରନ୍ତି । କିନ୍ତୁ ଏବେ ଶସ୍ତାରୁ ହୀନସ୍ତା ହେବାକୁ ପଡ଼ିପାରେ । ଏବେ ଗୋଆ ବିଚ୍ରେ ଆତଙ୍କ ଖେଳାଇଛନ୍ତି ବିଷାକ୍ତ ଜେଲିଫିସ୍ । ଏବେ ସୁଦ୍ଧା ୯୦ ଜଣଙ୍କୁ ଜେଲିଫିସ୍ ଦଂଶନ କରିସାରିଛି । ସେମାନେ ସମସ୍ତେ ଚିକିତ୍ସିତ ହେଉଛନ୍ତି । ଜେଲିଫିସ୍ ଦଳ ଗୋଆ ବିଚ୍ରେ ଘୂରି ବୁଲୁଥିବା ନେଇ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ବାଗା-କ୍ୟାଲେଂଗ୍ୟୁଟ୍ ବିଚ୍ରେ ୫୫ରୁ ଅଧିକ ଲୋକଙ୍କୁ ଜେଲିଫିସ୍ କାମୁଡ଼ିଥିବା ବେଳେ କ୍ୟାଣ୍ଡୋଲିମ୍ ବିଚ୍ରେ ୧୦ ଜଣଙ୍କୁ ଦଂଶିଛି ଜେଲିଫିସ୍ । ସେହିଭଳି ଦକ୍ଷିଣ ଗୋଆରେ ଏଭଳି ୨୫ଟି ମାମଲା ସାମ୍ନାକୁ ଆସିଛି । ଜେଲିଫିସ୍ କାମୁଡ଼ିଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ପଡ଼ିଛି । ଜେଲିଫିସ୍ କାମୁଡ଼ିବା ଫଳରେ ଶରୀରରେ ବ୍ୟଥା ଅନୁଭବ ହେବା ସହ କାମୁଡ଼ିଥିବା ଅଙ୍ଗ କିଛି କ୍ଷଣ ଅକାମୀ ହୋଇଯାଉଛି । କିଛି ସ୍ଥାନରେ ଜେଲିଫିସ୍ କାମୁଡ଼ିବାରୁ ବ୍ୟକ୍ତି ସାମୂୟିକ ଭାବେ ବଧିର ହୋଇଯାଉଥିବା ଅଭିଯୋଗ ହୋଇଛି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବାଗା ବିଚ୍ରେ ଏଭଳି ଘଟଣା ପରେ ସଂଗେସଂଗେ ଆମ୍ୱୁଲାନ୍ସ ଡକାଯାଇଥିଲା । ଅକ୍ସିଜେନ୍ ଲଗାଇବା ପରେ ଲୋକଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ଏମିତି ଏକ ଘଟଣାରେ ବ୍ୟକ୍ତିଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ଶ୍ୱାସକ୍ରିୟା କରିବାରେ କଷ୍ଟ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.