“ଅଲ୍ କାଏଦା’ ମୁଖ୍ୟ ଅଲ୍ ଜୱାହିରି ମୃତ !

0 71

ନୂଆଦିଲ୍ଳୀ, ୨୦/୧୧: ଆତଙ୍କବାଦୀ ସଂଗଠନ ଅଲ-କାଏଦା ମୁଖ୍ୟ ଅଲ୍ ଜଓ୍ୱାହିରି ମୃତ୍ୟୁବରଣ କରିଛି । ଆରବ ନ୍ୟୁଜ୍ ଜରିଆରେ ମିଳିଥିବା ଖବର ଅନୁସାରେ ଅଲ୍ ଜୱାହିରିର ଆଫଗାନିସ୍ତାନରେ ମୃତ୍ୟୁ ହୋଇଛି । ପ୍ରାକୃତିକ ଉପାୟରେ ତାର ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ତେବେ ଅଲ୍ ଜୱାହିରିକୁ ଚଳିତ ବର୍ଷ ୯/୧୧ ଆକ୍ରମଣର ଏକ ବର୍ଷ ପୂର୍ତ୍ତି ଅବସରରେ ଏକ ଭିଡିଓରେ ଦେଖିବାକୁ ମିଳିଥିଲା । ଅଲ କାଏଦା ଏକ ବଡ଼ ଆତଙ୍କୀ ସଂଗଠନ ହୋଇଥିବା ବେଳେ ଏହାର ମୁଖ୍ୟ ଓସାମା ବିନ୍ ଲାଡେନ୍ ମଧ୍ୟ ଥିଲା । ୨୦୧୧ ରେ ଲାଡେନ୍ର ମୃତ୍ୟୁ ପରେ ଏହାର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲା ଅଲ୍ ଜୱାହିରି । କିନ୍ତୁ ଅଲ୍ ଜୱାହିରିର ମୃତ୍ୟୁ ନେଇ ଅଲ କାଏଦା ପକ୍ଷରୁ ସୂଚନା ମିଳିନାହିଁ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଥମ ଥର ଆଫଗାନିସ୍ତାନ ଗସ୍ତରେ ଯିବା ପରେ ଅଲ୍ ଜୱାହିରିର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଗୁରୁବାର ଇମ୍ରାନ ଖାନ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନିଙ୍କୁ କାବୁଲ୍ରେ ସାକ୍ଷାତ କରିଥିଲେ । ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବାକୁ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.