ହାଜତ ମୃତ୍ୟୁକୁ ନେଇ ବିଧାନସଭା ସରଗରମ

0 72

ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର ୨୧।୧୧: ବିଧାନସଭା ଶୀତ ଅଧିବେଶନର ଦ୍ଵିତୀୟ ଦିନ ଆରମ୍ଭରୁ ବିରୋଧୀ ଦଳ ନେତା ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ । ପୁରୀରେ ଏସପିଙ୍କ ନିର୍ଦ୍ଦେଶରେ ଯୁବକଙ୍କୁ ଉଠାଇନେଲେ ଓ ପିଟି ପିଟି ମାରିଦେଲେ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ପରମ୍ପରା ଅନୁସାରେ ଶବଦାହ ହେଲାନି । ଯେଉଁମାନେ ଦେଖିଲେ ସେମାନଙ୍କୁ ବ୍ରହ୍ମଗିରି ଥାନାକୁ ନେଇଗଲେ । କହିଲେ ଧସ୍ତା ଧସ୍ତିରେ ମରିଗଲା । ପୁରୀ ଏସପିଙ୍କ ବଦଳି କେବଳ ଏକ ଆଇୱାସ୍ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଓଡିଶାରେ ଆଇନ ଶୃଙ୍ଖଳାର ଶାସନ ନାହିଁ, ଜଙ୍ଗଲରାଜ ଚାଲିଛି । ଜନଜୀବନ ସୁରକ୍ଷା ସରକାରଙ୍କ ଦାୟିତ୍ବ । ସରକାର କିନ୍ତୁ ସମ୍ପୂର୍ଣ୍ଣ ବିଫଳ । ଓଡିଶାର ଓଏଚଆରସି ଅଧ୍ୟକ୍ଷ ପଦବୀ ଖାଲି ଅଛି । ପଦବୀ ପୂରଣ କରୁନାହାନ୍ତି ରାଜ୍ୟ ସରକାର । ନ୍ୟପକ୍ଷରେ ଶାସକ ଦଳ ପକ୍ଷରୁ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ହାଜତ ମୃତ୍ୟୁ ଏକ ଦୁଃଖଦ ଘଟଣା । ଏହାକୁ ଗୁରୁତ୍ବର ସହ ବିଚାର କରିବା କଥା । ମୁଲତବୀ ନୋଟିସ ଦେଇଛନ୍ତି ବିରୋଧୀ କିନ୍ତୁ ମୋସନ ଆକାରରେ କାହିଁକି ଆଲୋଚନା କରିବାକୁ ଦାବି କରୁଛନ୍ତି । ଏ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଅଛି । ତେଣୁ ଏ ଉପରେ ଯଦି ଆଲୋଚନା ହୁଏ ତେବେ ଘଟଣା ପ୍ରଭାବିତ ହେବାରେ ସମ୍ଭାବନା ଅଛି ।

Leave A Reply

Your email address will not be published.