ପ୍ରକଳ୍ପ ନାହିତ ମାଟି ଦେବୁନାହିଁ

0 67

୧୫ ଖଣ୍ଡ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

 ଆଜକୁ ଦୀର୍ଘ ୧୩ ବର୍ଷ ହେବ ଆଦିତ୍ୟ ଆଲୁମିନା ପ୍ରକଳ୍ପ କଂସାରିଗୁଡ଼ାରେ ସ୍ଥାପନ କରିବା ପାଇଁ ଲୋକଙ୍କ ଜମି ଅଧିଗ୍ରହଣ କରି ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାମ ଆରମ୍ଭ ହୋଇପାରିନି। ଏପଟେ ସରକାର କଡୀଙ୍ଗାମାଳି ପର୍ବତରୁ ବକ୍ସାଇଟ ଖନନ କରି  ବାହାର କମ୍ପାନୀ ମାନଙ୍କୁ କମ ମୂଲ୍ୟରେ ବିକ୍ରି କରିଦେଉଛନ୍ତି। ଯାହାକୁ ବିରୋଧ କରି ଆଜି ପ୍ରକଳ୍ପ ନିକଟବର୍ତ୍ତୀ ୧୫ ଖଣ୍ଡ ଗ୍ରାମ ଯଥା ରାଜନ ପଣସଗୁଡା, ବିରିଗୁଡା, ବିରିଗୁଡା କଲୋନୀ, କାଇପଦର, ନର୍ସି କାଇପଦର, ଓଡ଼ିଆ ପେଣ୍ଠ, ଭାଲୁଯୋଡି, ସିଙ୍ଗାରମ ପ୍ରଭୃତିର ୫୦ରୁ ଉର୍ଦ୍ଧ୍ଵ ଲୋକେ ଜିଲ୍ଲାପାଳଙ୍କୁ ଆଦିତ୍ୟ ଆଲୁମିନା ପ୍ରକଳ୍ପକୁ ତୁରନ୍ତ ଆରମ୍ଭ କରିବାକୁ ଦାବିପତ୍ର ପ୍ରଦାନ କରିବାକୁ ଆସିଥିଲେ କିନ୍ତୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରିନପାରି ଡେପୁଟି କଲେକ୍ଟରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଲୋକଙ୍କ କହିବା ହେଲା ଆଦିତ୍ୟ ଆଲୁମିନା ପ୍ରକଳ୍ପ ହେବ ବୋଲି ଲୋକେ ଖୁସି ହୋଇ ଜମି ଦେଇଥିଲେ। ଦୀର୍ଘ ୧୩ ବିତିଯାଇଥିଲେ ସୁଦ୍ଧା ପ୍ରକଳ୍ପ କାମ ଆରମ୍ଭ ହୋଇନାହିଁ। ଏପଟେ ଉକ୍ତ ଖଣି ଅଞ୍ଚଳରୁ ବାର୍ଷିକ ୩ ନିୟୁତ ଟନ ବକ୍ସାଇଟ କଞ୍ଚାମାଲ ଉତ୍ତଳନ କରି ବିକ୍ରି କରାଯାଉଛି। ଆସନ୍ତା ଡିସେମ୍ବର ମାସ ୨ ତାରିଖ ଦିନ  ଏହି କଞ୍ଚାମାଲ ଉତ୍ତଳନକୁ ଦୁଇଗୁଣ କରି ଖଣି ଖନନ କରିବାପାଇଁ ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଂଚାୟତର ଧାରଡା ଗ୍ରାମରେ OMC ଦ୍ଵାରା  ଜନଶୁଣାଣୀ ପାଇଁ ଧାର୍ଯ୍ୟ କରାଯାଇଛି, ଯାହାକୁ ପ୍ରକଳ୍ପର ଆଖ ପାଖ ଗ୍ରାମର ଲୋକେ ଦୃଢ଼ ବିରୋଧ କରୁଛନ୍ତି ଓ ଜନଶୁଣାଣୀ କୁ ବନ୍ଦ କରିବାକୁ ଦାବି କରୁଛନ୍ତି। ପ୍ରକଳ୍ପ ନିକଟର ଲୋକଙ୍କ କହିବା ହେଲା ଏଠାରେ ଆଦିତ୍ୟ ଆଲୁମିନା ପ୍ରକଳ୍ପ ହେଲେ ହଜାର ହଜାର ଲୋକେ ଜୀବିକା ପାଇବେ, ରାସ୍ତା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଶିକ୍ଷା, ପ୍ରଭୃତିରେ ଉନ୍ନତି ହେବା ସହ ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାରି ହେବ, ହଜାର ହଜାର ବେକାର ଲୋକେ ନିଯୁକ୍ତି ପାଇବେ। ତେଣୁ ଖଣି ଖନନକୁ ବନ୍ଦ କରି ଯଥାଶୀଘ୍ର ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ  କରିବାକୁ ଲୋକେ ଦାବି କରିଛନ୍ତି। ଡିସେମ୍ବର ୨ ତାରିଖରେ ହେବାକୁ ଥିବା ଜନଶୁଣାଣୀକୁ ବନ୍ଦ କରିବାକୁ ଲୋକେ ଦାବି କରିବା ସହ ଯଦି ସରକାର ଲୋକଙ୍କ ଦାବିକୁ ଅଣଦେଖା କରି କୌଣସି ପଦକ୍ଷେପ ନିଏ ତାହେଲେ ସେଠାରେ ଉପୁଜିବାକୁ ଥିବା ଅପ୍ରୀତିକର ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.