ବିଷାକ୍ତ ମଦ ନେଲା ୬ ଜୀବନ

0 55

ପ୍ରୟାଗରାଜ, ୨୧ ।୧୧: ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଗୋଟିଏ ଗାଁରେ ବିଷାକ୍ତ ମଦର ବିଭୀଷିକା ଦେଖିବାକୁ ମିଳିଛି । ନକଲି ଓ ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତିୟ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଅମିଲିଆ ଗାଁର କିଛି ଲୋକ ସ୍ଥାନୀୟ ଦୋକାନରୁ ମଦ ଆଣି ପିଇଥିଲେ । ମଦ ପିଇବାର କିଛି ସମୟରେ ଅଧିକାଂଶ ଲୋକ ଅସୁସ୍ଥତା ଅନୁଭବ କରିଥିଲେ । ଅସୁସ୍ଥ ଲୋକଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ ।ସେହିପରି ଆଉ ୧୫ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି । ମୃତ୍ୟୁ ଖବର ପ୍ର·ର ହେବା ପରେ ମଦ ବିକ୍ରି କରିଥିବା ସ୍ୱାମ-ସ୍ତ୍ରୀ ହଠାତ୍ ଫେରାର ହୋଇଯାଇଥିଲେ । କିନ୍ତୁ ପୁଲିସ୍ ଉଭୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ ଭାନୁ ଚନ୍ଦ୍ର ଗୋସ୍ୱାମୀ କହିଛନ୍ତି, ମୃତ୍ୟୁର ପ୍ରକୃତକାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ । ସେହିପରି ମଦର ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି । ଜିଲ୍ଲା ପ୍ରଶାସନର ଗୋଟିଏ ଟିମ ବିଷାକ୍ତ ମଦ ମୃତ୍ୟୁ ଘଟଣାର ଖବର ପାଇବା ପରେ ଅମିଲିଆ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଥିବା ସେ କହିଛନ୍ତି ।

Leave A Reply

Your email address will not be published.