ପାକିସ୍ତାନରେ ଉଦ୍ଧାର ହେଲା ୧୩ ଶହ ଖ୍ରୀଷ୍ଟାବ୍ଦର ବିରାଟ ବିଷ୍ଣୁ ମନ୍ଦିର

0 64

ନୂଆଦିଲ୍ଲୀ ୨୧ ।୧୧ : ପାକିସ୍ତାନରେ ହିନ୍ଦୁ ମନ୍ଦିର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ୱାଟ୍ ଜିଲ୍ଲାର ବାରିକୋଟ ଅଞ୍ଚଳରେ ଏକ ପାହାଡ ଖୋଳା ଯାଉଥିବା ସମୟରେ ହିନ୍ଦୁ ମନ୍ଦିର ଆବିଷ୍କାର ହୋଇଥିବା ସୂଚନା ମିଳିଛି । ତେବେ ଏହି ମନ୍ଦିରଟି ୧୩ ଶହ ଖ୍ରୀଷ୍ଟାବ୍ଦର ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ, ପାକିସ୍ତାନର ସ୍ୱାର୍ଟ ଜିଲ୍ଲାର ବାରିକୋଟ ଘୁଣ୍ଡାଇ ଅଞ୍ଚଳରେ ଏକ ପାହାଡ ଖୋଳାଯାଉଥିବା ସମୟରେ ୧୩ ଶହ ଖ୍ରୀଷ୍ଟାବ୍ଦର ଏହି ହିନ୍ଦୁ ମନ୍ଦିରକୁ ଆବିଷ୍କାର କରାଯାଇଛି । ଏହାକୁ ପାକିସ୍ତାନୀ ଏବଂ ଇଟାଲିୟାନ ଆର୍ଚିଓଲୋଜିକାଲ ଏକ୍ସପର୍ଟଙ୍କ ଦ୍ୱାରା ଆବିଷ୍କାର କରାଯାଇଛି । ପାକିସ୍ତାନର ଖ୍ୟାଇବର ପଖତୁନଖ୍ୱା ଆର୍ଚିଓଲୋଜି ବିଭାଗର ଅଧିକାରୀ ଫଜଲେ ଖାଲିକ୍ କହିଛନ୍ତି ଆବିଷ୍କୃତ ହୋଇଥିବା ମନ୍ଦିରଟି ହେଉଛି ଭଗବାନ ବିଷ୍ଣୁଙ୍କର । ଏହା ୧୩ ଶହ ଖ୍ରାଷ୍ଟାବ୍ଦରେ ହିନ୍ଦୁ ସାହିମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ଏକ୍ସପର୍ଟମାନେ ଖୋଳାଯାଇଥିବା ସ୍ଥାନରୁ ଏକ ପାଣି କୁଣ୍ଡ ମଧ୍ୟ ପାଇଛନ୍ତି ଯାହାକି ହିନ୍ଦୁମାନେ ଗାଧୋଇବା ପାଇଁ ବ୍ୟବହାର କରୁଥିବା କହିଛନ୍ତି । ତେବେ ପ୍ରଥମ ଥର ପାଇଁ ସେହି ଅଞ୍ଚଳରେ ଏଭଳି ଚମକ୍ରାର ଘଟିଥିବା କହିଛନ୍ତି ଏକ୍ସପର୍ଟ । ଇଟାଲୀୟାନ ଆର୍ଚିଓଲୋଜିକାଲ ମିଶନର ମୁଖ୍ୟ ଡଃ ଲୁକ୍କା କହିଛନ୍ତି ଯେ, ପ୍ରଥମ ଥର ଘାନାଧରା ସଭ୍ୟତାର ମନ୍ଦିର ସ୍ୱାଟ୍ ଜିଲ୍ଲାରେ ଆବିଷ୍କାର କରାଯାଇଛି । ସ୍ୱାଟ ଜିଲ୍ଲା ହେଉଛି ପାକିସ୍ତାନର ଟପ ୨୦ ଜିଲ୍ଲା ମଧ୍ୟରୁ ଗୋଟିଏ ଯେଉଁଠାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ।

Leave A Reply

Your email address will not be published.