ସି.ଆର.ପି.ଏଫ କୁ ବଡ ସଫଳତା, ମାଓ କ୍ୟାମ୍ପ ଧ୍ୱଂସ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

0 66

ନୂଆପଡା. ୨୨/୧୧: ସିଆରପିଏଫ ୨୧୬ ବାଟାଲିୟନ କୁ ଆଜି ଏକ ବଡ ସଫଳତା ମିଳିଛି । କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ କରି ଓ ତାକୁ ଧ୍ୱଂସ କରି ବିପୁଳ ପରିମ଼ାଣରେ ହାତ ହତିଆର, ଗୋଳା ବାରୁଦ ଓ ମାଓ ସାମଗ୍ରୀ ଜବତ କରିଛି । ସୂଚନାନୁସାରେ ଆଜି ଭୋର ୪ ଟା ସମୟରେ ମାଓ କ୍ୟାମ୍ପର ଗୁପ୍ତ ସୂଚନା ପାଇ କମାଣ୍ଡେଟ ଉଷା ସିଂ ଓ ସହକାରି କମାଣ୍ଡେଟ ଅମୃତ ସିଂ ଙ୍କ ନେତୃତ୍ୱରେ ସଦର ଜିଲ୍ଲା ବୋଡେନ ବ୍ଲକ ପାଟଧରା ଅନ୍ତର୍ଗତ ଭଇଁସମୁଣ୍ଡି ଜଙ୍ଗଲରେ ସିଆରପିଏଫ ୨୧୬ ବାଟାଲିୟନର ଯବାନମାନେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । କୁମ୍ବିଂ ବେଳେ ମାଓ କ୍ୟାମ୍ପର ସନ୍ଧାନ ପାଇଥିଲେ । କିନ୍ତୁ ତା ଆଗରୁ ଅପରେସନ ର ଖବର ପାଇ ମାଓବାଦୀ ମାନେ ନିଜ କ୍ୟାମ୍ପରୁ ଛତ୍ରଭଙ୍ଗ ଦେଇଥିଲେ । ଯବାନ ମାନେ ମାଓ କ୍ୟାମ୍ପ କୁ ଧ୍ୱଂସ କରିବା ସହ ୫ ଗୋଟି ରାଇଫଲ, ୩ ଟି ରାଇଫଲ ବ୍ୟାରେଲ, ୧ ଗୋଟି ପିସ୍ତଲ, ୩୩ ଟି ଇଲେକ୍ଟ୍ରି ଡିଟୋନେଟର, ୨୫୦ ମିଟର ତାର, କଟକ, ଭୂବନେଶ୍ୱର, ପୁରି, ଓ ଆନ୍ଦ୍ରପ୍ରଦେଶ ର ରାଜନୈତିକ ମାନଚିତ୍ର ଓ ବିପୁଳ ପରିମାଣରେ ବୈଦୁତିକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଥିଲେ । ଡେପୁଟି କମାଣ୍ଡେଟ ନରେନ୍ଦ୍ର ସିଂ ଙ୍କ କହିବା ଅନୁସାରେ କୁମ୍ବିଂ କୁ ଆହୁରି ଜୋରଦାର କରାଯାଇଛି ଏପରିକି ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ଓ ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ବଡ ଖବର ହସ୍ତଗତ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.