ଏନକାଉଣ୍ଟର, ୩ ନକ୍ସଲ ନିହତ

0 69

ପାଟନା, ୨୨ ।୧୧ : ବିହାର ଗୟାରେ ପୋଲିସ ଏନକାଉଣ୍ଟର ୩ ନକ୍ସଲ ପ୍ରାଣ ହରାଇଛନ୍ତି । ୩ ନକ୍ସଲଙ୍କ ମଧ୍ୟରେ ଜଣେ କୁଖ୍ୟାତ ନକ୍ସଲ ମଧ୍ୟ ସାମିଲ ଅଛି । ଏହି କୁଖ୍ୟାତ ନକ୍ସଲ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । ନକ୍ସଲମାନେ ଏକ ବଡ ଘଟଣାକ୍ରମରେ ଦୁଇଜଣଙ୍କୁ ହତ୍ୟା କରିଥିଲେ । ଏହାପରେ ପୋଲିସ ଏନକାଉଣ୍ଟର କରିଥିଲା । ସୂଚନା ଅନୁଯାୟୀ, ନକ୍ସଲ ସଂଗଠନର ଇନ୍ଦଲ ଗ୍ରୁପ ଶନିବାର ରାତିରେ ବାରାଚଟ୍ଟି ଅନ୍ତର୍ଗତ ନଗରପୁରଡିହର ମୁଖିଆଙ୍କ ଦିଅର ବୀରେନ୍ଦ୍ର ଯାଦବ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବାରାଚଟ୍ଟି ଥାନା ପୋଲିସ ଓ କୋବ୍ରା ୨୦୫ କମ୍ପାନୀ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପୋଲିସ ଓ କୋବ୍ରା ଟିମ ଘଟଣାସ୍ଥଳରେ ପହଞ୍ଚି ନକ୍ସଲଙ୍କୁ ଘେରାଉ କରିଥିଲେ । ଏହାପରେ ଉଭୟ ତରଫରୁ ଫାଇରିଂ ହୋଇଥିଲା । ପୋଲିସ ଗୁଳିରେ ନକ୍ସଲ ଜୋନାଲ କମାଣ୍ଡର ଆଲୋକ ଯାଦବ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲା । ଆଲୋକ ଉପରେ ଝାଡ଼ଖଣ୍ଡ ସରକାରଙ୍କ ତରଫରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଆଉ ଦୁଇ ନକ୍ସଲ ପୋଲିସ ଗୁଳିରେ ଆହତ ହେବାପରେ ସେଠାରୁ ଫେରାର ହୋଇଯାଇଥିଲେ । କିନ୍ତୁ ପରେ ପୋଲିସ ଦୁଇ ଆହତ ନକ୍ସଲଙ୍କ ମୃତଦେହ ଠାବ କରିଥିଲା । ପୋଲିସ ଓ ନକ୍ସଲ ଫାଇରିଂରେ ଜଣେ ପୋଲିସକର୍ମୀ ଓ ଅନ୍ୟ ଗ୍ରାମବାସୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସଏସପି ରାଜୀବ ମିଶ୍ର କହିଛନ୍ତି ଯେ, ପୋଲିସ ଘଟଣାସ୍ଥଳରୁ ଏକେ-୪୭ ଓ ରାଇଫଲ ସହ ଅନ୍ୟାନ୍ୟ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଏବେ ମଧ୍ୟ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନାଯୋଗ୍ୟ ଯେ, ନକ୍ସଲ ଟିମ ଯେଉଁ ବୀରେନ୍ଦ୍ର ଯାଦବଙ୍କୁ ହତ୍ୟା କରିଛି, ତାଙ୍କୁ ଏବଂ ତାଙ୍କ ପରିବାରକୁ ନକ୍ସଲ ପୂର୍ବରୁ ହିଁ ଟାର୍ଗେଟ କରିଥିଲେ । କିଛିବର୍ଷ ପୂର୍ବରୁ ସାସାରାମ ଅଞ୍ଚଳରେ ବୀରେନ୍ଦ୍ର ଯାଦବଙ୍କ ଭାଇଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ । ଏହାପରେ ସେ ନକ୍ସଲଙ୍କ ଭୟରେ ଗାଁ ଛାଡି ବାରାଚଟ୍ଟିରେ ରହୁଥିଲେ । ଛଠ ପୂଜା ଅବସରରେ ସେ ନିଜ ଗାଁକୁ ଯାଇଥିଲେ । ନକ୍ସଲମାନେ ଜଣେ ସହଯୋଗୀଙ୍କ ସହ ମିଶି ତାଙ୍କୁ ହତ୍ୟା କରିଥିଲେ ।

Leave A Reply

Your email address will not be published.