ଭେଣ୍ଟିଲେଟରରେ ତରୁଣ ଗୋଗେଇ

0 73

ଗୌହାଟି, ୨୨ ।୧୧: ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ (୮୬)ଙ୍କ ଶରୀରର ଅନେକ ଅଂଗ ଅଚଳ ହୋଇଯାଇଛି । ଏବେ ସେ ଭେଣ୍ଟିଲେଟରରେ ରହିଛନ୍ତି । ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ହସ୍ପିଟାଲ ଆସି ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପରେ ଏହା କହିଛନ୍ତି । ଗୋଗୋଇ ଏବେ ଗୌହାଟି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ନଭେମ୍ୱର ୨ରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗୋଗୋଇଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସମ୍ବେଦନଶୀଳ ରହିଛି । ଔଷଧ ଏବଂ ଅନ୍ୟାନ୍ୟ ଉପାୟରେ ତାଙ୍କ ଅଙ୍ଗର ପୁନରୁଦ୍ଧାର ପାଇଁ ସମସ୍ତ ପ୍ରୟାସ ଚାଲିଛି । ତଥାପି ଆଗାମୀ ୪୮-୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୌହାଟି ହସ୍ପିଟାଲର ଡାକ୍ତରମାନେ ଦିଲ୍ଲୀ ଏମ୍ସ ବିଶେଷଜ୍ଞଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସୂଚନାଯୋଗ୍ୟ, ଆସାମର ତିନି ତିନିଥର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୋଗୋଇ । ଅଗଷ୍ଟ ୨୫ରେ ଗୋଗୋଇ ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଦୁଇ ମାସ ହସ୍ପିଟାଲରେ ରହିବା ପରେ ଅକ୍ଟୋବର ୨୫ରେ ଗୋଗାଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ହେଲେ ଡିସଚାର୍ଜର ଠିକ୍ ୧୯ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ପୁଣିଥରେ ଖରାପ ହୋଇଥିଲା । ଆଉ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Leave A Reply

Your email address will not be published.