ସାନିଟାଇଜର ପିଇ ୭ମୃତ

0 77

ମସ୍କୋ, ୨୨ ।୧୧ : ନିଶା ଅଭ୍ୟାସ କେତେ ଯେ ହାନିକାରକ ହୋଇପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଋଷରେ । ଋଷ ତାତିନ୍ସିକ ଜିଲ୍ଲା ତୋମତୋର ଗାଁରେ ଏକ ପାର୍ଟିର ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ପାର୍ଟିରେ ମଦ ସରିଯିବାରୁ ସେଠାରେ ଉପସ୍ଥିତ ଲୋକେ ସାନିଟାଇଜର ପିଇ ଦେଇଥିଲେ । ସାନିଟାଇଜର ପିଇବା ପରେ ଲୋକଙ୍କ ଅବସ୍ଥା ବିଗିଡି ଯାଇଥିଲା । କିଛି ଲୋକ ବେହୋସ ମଧ୍ୟ ହୋଇଯାଇଥିଲେ । ବେହୋସ ହୋଇଯାଇଥିବା ଲୋକଙ୍କୁ କୌଣସି ପ୍ରକାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ କୋମାରେ ଅଛନ୍ତି । ପାର୍ଟିରେ ସାମିଲ ହୋଇଥିବା ଲୋଇ ଯେଉଁ ସାନିଟାଇଜର ପିଇଥିଲେ ସେଥିରେ ୬୯% ମିଥାନଲ ଥିଲା । ମହାମାରୀ ସମୟରେ ଏହାକୁ ହ୍ୟାଣ୍ଡ କ୍ଲିନର ହିସାବରେ ବିକ୍ରି କରାଯାଉଛି । ଡେଲିମେଲ ରିପୋର୍ଟ ଅନୁଯାୟୀ, ଋଷ ତୋମତୋର ଗାଁରେ ଏକ ପାର୍ଟି ଚାଲିଥିବା ସମୟରେ ହଠାତ କିଛି ଲୋକେ ବେହୋସ ହୋଇଯିବାରୁ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ରିପୋର୍ଟ ଅନୁଯାୟୀ, ପାର୍ଟିରେ ଲୋକେ ମଦ ଦାବି କରିଥିଲେ କିନ୍ତୁ ମଦ ଶେଷ ହୋଇଯାଇଥିଲା । ଜଣେ ବ୍ୟକ୍ତି ସାନିଟାଇଜର ବୋତଲ ନେଇ ସେଠାକୁ ଆସିଥିଲେ । ଲୋକେ ନିଶାରେ ଏମିତି ପାଗଳ ଥିଲେ ସାନିଟାଇଜର ପିଇ ଯାଇଥିଲେ । ଏହାପରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ୬ ଜଣଙ୍କୁ ଏୟାର କ୍ରାଫ୍ଟ ସାହାଯ୍ୟରେ ହସ୍ପିଟାଲ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପରାଧିକ ମାମଲା ରୁଜ୍ଜୁ କରିଛି । ଘଟଣା ପରେ ଋଷ ସରକାର ଲୋକଙ୍କୁ ନିଶା ପାଇଁ ସାନିଟାଇଜର ବ୍ୟବହାର ନ କରିବାକୁ ଅପିଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ଋଷରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି । ଋଷରେ ଏବେ ସୁଦ୍ଧା ୨୦ ଲକ୍ଷ ୬୪ ହଜାର ୭୪୮ ମାମଲା ସାମ୍ନାକୁ ଆସିଛି । କରୋନା ମହାମାରୀ ଯୋଗୁଁ ୩୫ ହଜାର ୭୭୮ ଜଣଙ୍କ ମୃତ୍ୟୁ ହୋଇସାରିଛି

Leave A Reply

Your email address will not be published.