ଶ୍ରେଷ୍ଠ ୧୦ ଧନୀ ତାଲିକାରୁ ପୁଣି ବାଦ୍ ପଡିଲେ ମୁକେଶ ଅମ୍ବାନୀ

0 77

ନୂଆଦିଲ୍ଲୀ ୨୩/୧୧ : ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟବସାୟୀ କାଲିକାରୁ ପୁଣି ବାଦ ପଡିଛନ୍ତି ଏସିଆର ସବୁଠାରୁ ଧନୀ ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ସୂଚନା ଅନୁସାରେ ମୁକେଶ ଅମ୍ବାନୀ ଶନିବାର ଦିନ ବିଶ୍ୱର ଧନୀ ତାଲିକାର ୧୨ ନଂ ସ୍ଥାନକୁ ଖସିଆସିଥିଲେ । କିନ୍ତୁ ଆଜି ପୁଣି ଥରେ ସେ ନବମ ସ୍ଥାନକୁ ଉଠିଥିଲେ ସୁଦ୍ଧା ତାହା ବେଶି ସମୟ ରହିନଥିଲା । ଫୋବର୍ସ ରିୟଲ ଟାଇମ ବିଲନିୟର ଇଣ୍ଡେକ୍ସ୍ ମୁତାବିକ ମୁକେଶ ଅମ୍ବାନୀଙ୍କର ବାର୍ଷିକ ଆୟ ୭୪.୫ବିଲିୟନ ଡଲାର ସହିତ ଏବେ ବିଶ୍ୱ ଧନୀ ତାଲିକାର ୧୧ ତମ ସ୍ଥାନରେ ଅଛନ୍ତି । ଏବେ ବିଶ୍ୱର ସବୁଠାରୁ ଧନୀ ଅଛନ୍ତି ଆମାଜନ ମାଲିକ ଜେଫ ବେଜୋସ । ଫୋବର୍ସ ଲିଷ୍ଟ ଅନୁଯାୟୀ ତାଙ୍କର ବାର୍ଷିକ ଆୟ ବର୍ତ୍ତମାନ ୧୮୧.୪ ବିଲିୟନ ଡଲାର ରହିଛି । ତାଲିକାର ୧୦ମ ସ୍ଥାନରେ ଅଛନ୍ତି ସର୍ଗୀ ବ୍ରିନ୍ । ୯ମ ସ୍ଥାନରେ ଲେରୀ ଏଲିସନ, ୭ମ ସ୍ଥାନରେ ଲେରୀ ପେଜ୍ ଅଛନ୍ତି । ସେହିପରି ତାଲିକାର ୬ଷ୍ଠ ସ୍ଥାନରେ ବୋରି ବଫେଟ, ଫେସବୁକ ସିଇଓ ମାର୍କ ଜୁକରବର୍ଗ ୫ମ ସ୍ଥାନରେ ଅଛନ୍ତି । ତେବେ ତାଲିକାର ଦ୍ୱିତୀୟ ସ୍ଥାନରେ ବର୍ଣ୍ଣାଡ ଆଣ୍ଡ ଫ୍ୟାମିଲି, ତୃତୀୟରେ ମାଇକ୍ରୋସଫ୍ଟ ମାଲିକ ବିଲ ଗେଟସ୍ ଅଛନ୍ତି । ଟପ-୧୦ ଲିଷ୍ଟରେ ବିଶେଷକରି ଆମେରିକାର ବ୍ୟବସାୟୀ ମାନେ ଅଛନ୍ତି । ଷ୍ଟକ ମାକେର୍ଟରେ ଅଚାନକ ବୃଦ୍ଧି ଯୋଗୁଁ ରିଲାଏନ୍ସ ଇଣ୍ଡଷ୍ଟିଜର ଷ୍ଟକ ୩.୩୧ ପ୍ରତିଶତ ବୃଦ୍ଧି ପାଇଥିଲା ଯାହା ଫଳରେ ଅମ୍ପାନୀଙ୍କ ସମ୍ପତ୍ତି ଆଜି ୨.୫ ବିଲିୟନ ଡଲାର ବୃଦ୍ଧି ପାଇଛି । ଅଗଷ୍ଟ ୮ ତାରିଖରେ ବୁଲମର୍ଗ୍ ବିଲେନିୟର୍ସ ଇଣ୍ଡେକ୍ସରେ ମୁକେଶ ଅମ୍ବାନୀ ବିଶ୍ୱ ଧନୀ ତାଲିକାରେ ୪ର୍ଥ ସ୍ଥାନକୁ ଉଠିଆସିଥିଲେ । ସେହିପରି ଜୁଲାଇ ୧୪ରେ ୬ଷ୍ଠ ସ୍ଥାନ ଏବଂ ଜୁଲାଇ ୨୩ରେ ଧନୀ ତାଲିକାର ପଞ୍ଚମ ସ୍ଥାନରେ ଥିଲେ ମୁକେଶ ଅମ୍ବାନୀ । ତେବେ ଧନୀ ତାଲିକାରୁ ମୁକେଶଙ୍କ ଖସିବାର କାରଣ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାରରେ ହ୍ରାସ । ଫୋବର୍ସ ରିୟଲ ଟାଇମ ବିଲେନିୟର ଇଣ୍ଡେକ୍ସ୍ ଜରିଆରେ ପ୍ରତିଦିନ ପବ୍ଲିକ ହୋଲ୍ଡିରେ ହେଉଥିବା ବୃଦ୍ଧି ଓ ହ୍ରାସ ବାବଦରେ ସୂଚନା ମିଳିଥାଏ । ପ୍ରତି ୫ ମିନିଟରେ ଥରେ ଲେଖାଏଁ ଲହି ଇଣ୍ଡେକ୍ସ ଅପଡେଟ୍ ହୁଏ ।

Leave A Reply

Your email address will not be published.