କରୋନା ସଂକ୍ରମଣ ସତ୍ତେ୍ୱ ଆୟୋଜନ ହେବ କୁମ୍ଭମେଳା!

0 71

ହରିଦ୍ୱାର, ୨୩ ।୧୧: ମହାମାରୀ କରୋନା ସଂକ୍ରମଣ ପାଇଁ ଏକାଧିକ ଧର୍ମୀୟ କାର୍ଯ୍ୟକ୍ରମ ବାତିଲ କରାଯାଉଛି । ହେଲେ ଆସନ୍ତାବର୍ଷ ପ୍ରସିଦ୍ଧ ହରିଦ୍ୱାରରେ ହେବାକୁ ଥିବା କୁମ୍ଭମେଳା ଆୟୋଜନ ହେବ ବୋଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ସୂଚନା ଦେଇଛନ୍ତି । କୁମ୍ଭମେଳା ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ରାୱତ ରବିବାର ଅଖିଳ ଭାରତୀୟ ଆଖଡ଼ା ପରିଷଦ(ଏବିଏପି)ର ସଦସ୍ୟଙ୍କ ସହ ବୈଠକ କରିଥିଲେ । ଆସନ୍ତାବର୍ଷ ଜାନୁଆରୀ ୧୪ରୁ କୁମ୍ଭମେଳା ଆରମ୍ଭ ହେବ । ବୈଠକ ପରେ ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୁମ୍ଭମେଳା କେଉଁ ଭଳି ଭାବେ ଆୟୋଜନ କରାଯିବ, ତା’ ଉପରେ ନିଷ୍ପତ୍ତି ହେବ । ଏବିଏପି ଓ ଅନ୍ୟ ଧର୍ମଗୁରୁଙ୍କ ପରାମର୍ଶକୁ ମଧ୍ୟ ବି·ରକୁ ନିଆଯିବ । ସେତେବେଳେ ସ୍ଥିତି ଯାହା ବି ଥିବ, ସେହି ଅନୁସାରେ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିବେ ।
ଶ୍ରଦ୍ଧାଳୁମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ତା’ର ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର କରିବେ । ପର୍ଯ୍ୟାୟକ୍ରମେ କୁମ୍ଭମେଳାର କାର୍ଯ୍ୟଗୁଡ଼ିକୁ ସମୀକ୍ଷା କରାଯାଉଛି । ବିଭିନ୍ନ ବିଭାଗର ସଚିବମାନଙ୍କୁ କାର୍ଯ୍ୟଗୁଡ଼ିକ ଉପରେ ନଜର ରଖିବାକୁ କୁହାଯାଇଛି । ସେହିପରି ପ୍ରତି ୧୫ ଦିନରେ କାମ କେତେ ବାଟ ଗଲା, ତା’ର ଯାଞ୍ଚ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ କୁହାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୁମ୍ଭମେଳା ଅଫିସର ଦୀପକ ରାୱତ କହିଛନ୍ତି, ଅଧିକାଂଶ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ଡିସେମ୍ବର ୧୫ ସୁଦ୍ଧା ସବୁ ସରି ଯାଇଥିବୟ ନୂଆ କରି ୯ଟି ଘାଟ, ୮ଟି ବ୍ରିଜ୍ ଓ ରାସ୍ତା କାମ କୁମ୍ଭମେଳା ପାଇଁ କରାଯାଉଛି । ପରିଷ୍କାର ପରିଚ୍ଛନ୍ନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ପାର୍କିଂଠାରୁ ଆରମ୍ଭ କରି ଜବରଦଖଲ ଉଚ୍ଛେଦ ମଧ୍ୟ କରାଯାଉଥିବା ସେ କହିଛନ୍ତି ।

Leave A Reply

Your email address will not be published.