୨ ମାସରେ ସରିବ ସ୍ୱଦେଶୀ କରୋନା ଟିକାର ପରୀକ୍ଷା

0 73

ନୂଆଦିଲ୍ଲୀ, ୨୩ ।୧୧: ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା କରୋନା ଟିକାର ମାନବ ପରୀକ୍ଷଣ ଆସନ୍ତା ମାସେ କିମ୍ବା ୨ ମାସରେ ଶେଷ ହେବ । ଏହାପରେ ଭାରତକୁ ପ୍ରଥମ ସ୍ୱଦେଶୀ କରୋନା ଟିକା ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଓ ଆଇସିଏମଆର ମିଳିତ ଭାବେ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଚଳିତ ମାସରୁ ଆରମ୍ଭ ହୋଇଛି । ଏଥିରେ ପ୍ରାୟ ୨୬ ହଜାର ଲୋକ ସାମିଲ ହୋଇଛନ୍ତି । ଆସନ୍ତା ମାସେରୁ ୨ ମାସ ମଧ୍ୟରେ ପରୀକ୍ଷଣ ଶେଷ ହେବା ସହ ରେଜଲ୍ଟ ଆସିଯିବ ବୋଲି ଆଶା କରାଯାଉଛି । ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, କୋଭାକ୍ସିନ ହେଉଛି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ଭାବ୍ୟ କରୋନା ଟିକା । ଆମେ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ଟିକାର ଉତ୍ପାଦନ ଦିଗରେ ଆଗେଇ ·ଲିଛୁ । ଆସନ୍ତା ମାସେରୁ ୨ ମାସ ମଧ୍ୟରେ ଏହି ଟିକାର ଫେଜ୍-୩ ଟ୍ରାଏଲ ଶେଷ ହୋଇଯିବ । ଏହାପରେ ଏହି ଟିକାକୁ ବଜାରରେ ପ୍ରବେଶ ପାଇଁ ଅନୁମତି ମିଳିବ । ଜୁଲାଇ ସୁଦ୍ଧା ଭାରତ ସରକାର ୨୦୦ ମିଲିୟନରୁ ୨୫୦ ମିଲିୟନ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଏହାପୂର୍ବରୁ ଆଇସିଏମଆର କହିଥିଲା ଯେ କରୋନା ଟିକା ଫେବୃଆରୀ କିମ୍ବା ମାର୍ଚ୍ଚ ମାସ ସୁଦ୍ଧା ଭାରତରେ ଲଞ୍ଚ ହେବ । ତେବେ ଭାରତ ବାୟୋଟେକ୍ କହିଥିଲା ଯେ ମାର୍ଚ୍ଚ ଓ ଏପ୍ରିଲ ଭିତରେ କରୋନା ଟିକା ବଜାରକୁ ଆସିବ ।

Leave A Reply

Your email address will not be published.