ଦିଲ୍ଲୀ ପୋଲିସର ଅପିଲକୁ ସୁପ୍ରିମକୋର୍ଟଙ୍କ ଖାରଜ

0 69

ନୂଆଦିଲ୍ଲୀ, ୨୪/୧୧ : ଜାମିଆ ମିଲ୍ଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଜାଲ ପରିଚୟପତ୍ର ଆଧାରରେ ସିମ କାର୍ଡ ବିକ୍ରି ଅପରାଧରେ ଜାମିନ ଆବେଦନକୁ ବିରୋଧ କରି ଦିଲ୍ଲୀ ପୋଲିସର ଅପିଲକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଗତ ଫେବୃୟାରୀ ମାସରେ ନାଗରିକତା ସଂଶୋଧନ ଆଇନ ବିଲକୁ ବିରୋଧ ପ୍ରଦର୍ଶନ ବେଳେ ହିଂସା ସୃଷ୍ଟି ପାଇଁ ଏହି ସିମ ସବୁ ବ୍ୟବହାର ହୋଇଥିଲା । ତେବେ ନ୍ୟାୟମୂର୍ତ୍ତି ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଅଭିଯୁକ୍ତ ଫୈଜଲ ଖାନର ଜାମିନ ଆବେଦନ ବିରୁଦ୍ଧରେ ଦିଲ୍ଲୀ ପୋଲିସର ଅପିଲକୁ ଖାରଜ କରିଦେଇଛନ୍ତି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ହିଂସା ସୃଷ୍ଟି କରିବା ପାଇଁ ଜାଲ ପରିଚୟପତ୍ର ଜରିଆରେ ସିମ କାର୍ଡ ବାହାର କରାଯାଇ ବ୍ୟବହାର କରାଯାଇଥିଲା ବୋଲି ପୋଲିସ ଦାବି କରିଥିଲା । ପୋଲିସ ଅଭିଯୁକ୍ତ ବିରୋଧରେ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ ବଳରେ ମାମଲା ରୁଜୁ କରିଥିଲା । ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ଅଜିଯୁକ୍ତ ଫୈଜାନ ଖାନ ବିରୁଦ୍ଧରେ ଆତଙ୍କୀ ଫଣ୍ଡିଂ କିମ୍ବା ସେହି ମାମଲାରେ ଜଡିତ କୌଣସି ଗତିବିଧିକୁ ନେଇ ଅଭିଯୋଗ ନାହିଁ । ହାଇକୋର୍ଟ ଅଭିଯୁକ୍ତକୁ ଆଶ୍ୱସ୍ତି ଦେବା ସହିତ ୟୁଏପିଏ ଆଇନ ଅଧିନିୟମ ଅନୁଯାୟୀ ଜାମିନ ପ୍ରଦାନ ଉପରେ ପ୍ରତିବନ୍ଧକ ଲାଗୁ ହେବ ନାହିଁ କାରଣ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାରେ ସେଭଳି କୌଣସି ଠୋସ ପ୍ରମାଣ ଦେଇନଥିଲା । ତେଣୁ ବିରୋଧ ପ୍ରଦର୍ଶନ କରିବା କିମ୍ବା ହିଂସା ପାଇଁ ଉସକାଇବା ଭଳି ଅଗିଯୋଗର ସତ୍ୟାସତ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଚ୍ଚ ନ୍ୟାୟାଳୟ ଫୈଜାନ ଖାନକୁ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏବଂ ଜଣେ ଜାମିନଦାର ବଳରେ ଜାମିନ ଦେଇଥିଲେ । ପୋଲିସ ଫୈଜାନ ଖାନକୁ ଜୁଲାଇ ୨୯ରେ ଗିରଫ କରିଥିଲା । ତା ବିରୁଦ୍ଧରେ ୟୁଏପିଏ ଭାରତୀୟ ଦଣ୍ଡବିଧାନ ସଂହିତା, ରାଷ୍ଟ୍ର କାନୁନ ଏବଂ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ମାମଲା ଦାୟର କରିଥିଲା ।

Leave A Reply

Your email address will not be published.