ରାଜରାସ୍ତାରେ ବୁର୍ଖାପିନ୍ଧା ଯୁବତୀଙ୍କ ଉନ୍ମତ୍ତ କାଣ୍ଡ

0 69

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ନୂଆଦିଲ୍ଲୀର ରାଜରାସ୍ତାରେ ଜଣେ ବୁର୍ଖା ପିନ୍ଧା ଯୁବତୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ସେ ନିଜକୁ ସ୍ଥାନୀୟ ଅଞ୍ଚଳର ଜଣେ ଗ୍ୟାଙ୍ଗଷ୍ଟାର ଭଉଣୀର ପରିଚୟ ଦେଇ ସର୍ବସମ୍ମୁଖରେ ଗୁଳି ଚଳାଛନ୍ତି । ଏଥିସହ ସେ ଗୋଟିଏ ଦୋକାନୀଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ପ୍ରବଳ ଗାଳିଗୁଲଜ କରିଛନ୍ତି । ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉତ୍ତର ପୂର୍ବ ଦିଲ୍ଲୀର ଚୌହାନ ବାଙ୍ଗର ଅଞ୍ଚଳର ରାସ୍ତା କଡ଼ରେ ଥିବା ଦୋକାନୀଙ୍କ ସହ ମୋବାଇଲକୁ ନେଇ ୨୮ ବର୍ଷୀୟ ଯୁବତୀଙ୍କ ପାଟିତୁଣ୍ଡ ହୋଇଥିଲା । ଏହାପରେ ଯୁବତୀ ଜଣଙ୍କ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ସେ ନିଜକୁ ଗ୍ୟାଙ୍ଗଷ୍ଟାର ନସିରର ଭଉଣୀ ବୋଲି ପରିଚୟ ଦେଇ ଦୋକାନୀଙ୍କୁ ଗାଳି ଗୁଲଜ କରି ଚାଲିଥିଲେ । ଏହାପରେ ନିଜ ପାଖରେ ଥିବା ବନ୍ଧୁକ ବାହାର କରି ଗୁଳିମାଡ଼ କରିଥିଲେ । ଏହି ସମୟରେ ରାସ୍ତାରେ ଥିବା ଛୋଟ ପିଲା ଓ ମହିଳା ଏଭଳି କାଣ୍ଡ ଦେଖି ଭୟଭୀତ ହୋଇପଡ଼ିଥିଲେ । ଘଟଣାଟି ନଭେମ୍ବର ୧୮ ତାରିଖରେ ଘଟିଥିଲା । ପୁଲିସ୍ ଘଟଣାରେ ସାମିଲ ଥିବା ଯୁବତୀଙ୍କୁ ଗିରଫ କରିଛି । ତାଙ୍କ ନାଁ ନୁସରତ । ସେ ଜାଫ୍ରାବାଦ ଅଞ୍ଚଳରେ ରୁହନ୍ତି । ସେ ସ୍ଥାନୀୟ ଅଞ୍ଚଳର ଗ୍ୟାଙ୍ଗଷ୍ଟର ନାସିରର ସହଯୋଗୀ ମୋହସିନ ନାମକ ଯୁବକର ଭଉଣୀ ବୋଲି ପୁଲିସ୍ କହିଛି ।

Leave A Reply

Your email address will not be published.