ବାଘ ଛାଲ ଜବତ

0 59

ବରଗଡ଼ : ପୁଣି ବରଗଡ଼ରୁ କଲରାପତରିଆ ବାଘର ଛାଲ ଜବତ ହୋଇଛି । ବାଘ ଛାଲ ସହ ବାଘର ନଖ, ଦାନ୍ତ ଜବତ କରିଛି STF । ବରଗଡ଼ ଜିଲ୍ଲା ଭଟଲି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖଜୁରିଆ ଠାରେ ବାଘ ଛାଲ, ନଖ ଦାନ୍ତ ଆଦି ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି STF । ଓ୍ବାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ଭୁବନେଶ୍ୱର ଏବଂ ଏସ ଟି ଏଫ ର ମିଳିତ ଚଢ଼ାଉ କରି ବାଘ ଛାଲ ଜବତ କରିଛନ୍ତି । ତିନି ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚୁରା ଚାଳାଇଛନ୍ତି ଏସ୍ ଟିଏଫ୍ ଟିମ୍ । ବାଘ କିପରି ମଲା, ଏହି ଘଟଣା କିପରି ବରଗଡ଼ ବନ ବିଭାଗ ଜାଣି ପାରିଲା ନାହିଁ ସେ ନେଇ ତଦନ୍ତ ଜାରି ରହିଛି। ନିକଟରେ ରାଜଧାନୀରୁ ଜବତ ହୋଇଥିଲା ଏକ ବାଘ ଛାଲ ।

Leave A Reply

Your email address will not be published.