ଠିକାଦାରଙ୍କ ବିରୁଦ୍ଧରେ ପାରସାଳିରେ ମାଓ ପୋଷ୍ଟର

0 64

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ପାରସାଲି ପଞ୍ଚାୟତର ପାରସାଲି ଡ଼ି କେଡିଏ  କାର୍ଯ୍ୟଳୟ ସମୁଖ ରେ ଠିକାଦାର ଙ୍କ ବିରୁଦ୍ଧରେ ମାଓବାଦୀ ଙ୍କ ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟର ରେ ଉଲେଖ କରାଯାଇଛି ଯେ ପାରସାଲି ଠାରୁ ଡେଙ୍ଗିନେଲି ରାସ୍ତା କାମ ବନ୍ଦ କର । ସାନ ଡେଙ୍ଗିନେଲି ଠାରୁ ସାରିଝଲା ରାସ୍ତା ନିର୍ମାଣ ବନ୍ଦ କରିବା ବୋଲି ଅଭିଯୋଗ କରିଛନ୍ତି। ଉକ୍ତ ପୋଷ୍ଟର ରେ ଲେଖା ଯାଇଛି ଯେ ନିୟମଗିରି ରେ ନେତୃତ୍ୱ ନେଉଥିବା ଲୋକ ଙ୍କ ମୁହଁ କୁ ବନ୍ଦ କରି କିଛି ଟଙ୍କା ଦେଇ ନିୟମଗିରି କୁ ବିଦେଶୀ କମ୍ପାନୀ କୁ ଟେକି ଦେବାକୁ ରାସ୍ତା କାମ ବନ୍ଦ କର । ଠିକାଦାର ଙ୍କ ସହ ସାମିଲ ଥିବା ଦୁଇ ଜଣ  ତଦିଝଲା ଗ୍ରାମର ଇନ୍ଦ୍ର ଗୌଡ଼ ଓ କଲ୍ୟାଣ ସିଂହପୁର ର ପ୍ରଧାନ ନାମକ ଏହି ଦୁଇ ଜଣକୁ ଦଣ୍ଡ ଦେବା ପାଇଁ ପୋଷ୍ଟର ରେ ଲେଖା ଯାଇଥିବା  ଦେଖିବା କୁ ମିଳିଛି । ଏହା ସହ ବୁଡୁଣି ଠାରୁ ସାରିଝଲା ରାସ୍ତା କାମ କରୁଥିବା ଠିକାଦାର ଙ୍କୁ ମଧ୍ୟ ଦଣ୍ଡ ଦେବାକୁ ପୋଷ୍ଟର ରେ ଉଲେଖ କରାଯାଇଛି। ଏବଂ ଡିସେମ୍ବର ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପିଏଲ ଜିଏଲ ଦିବସ ପାଳନ କରିବାକୁ କୁହାଯାଇଛି। ଜଳ, ଜମି,ଜଙ୍ଗଲ ,ଇଜ୍ଜତ ଓ ଅଧିକାର ପାଇଁ ପିଏଲ ଜିଏଲ ରେ ଯୋଗଦିୟନ୍ତୁ। ପାଶୀ ବାଦୀ ମୋଦୀ ନବୀନ ସରକାର ମୂର୍ଦ୍ଦାବାଦ ।  ଜନ ଯୁଦ୍ଧ ରେ ସାମିଲ ହୁଅନ୍ତୁ।ଗେରିଲା ଯୁଦ୍ଧ କୁ ସ୍ପୀଡ଼ କରି ପାଶୀବାଦୀ ସମାଧାନ ଦମନ ଅଭିଯାନକୁ ହରାନ୍ତୁ।ପିଏଲ ଜିଏଲ ଜିନ୍ଦାବାଦ । ଏହି ପରି ନାରା ର ବ୍ୟନର ମଧ୍ୟ ଲଗାଯାଇଛି। ଏହି ପୋଷ୍ଟର ଉଲେଖ ଲେଖା କୁ ଦେଖି ଅଞ୍ଚଳରେ ଭୟ ଭିତରେ ସୃଷ୍ଟି ହୋଇଛି।

Leave A Reply

Your email address will not be published.