ପୋଲିସ, ରାଜସ୍ୱ, ବନ ଓ ଅବକାରୀ ବିଭାଗର ମିଳିତ ଚଢାଉ

0 61

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଅନୁପମ ସାହା,ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ ଚାଷ ଓ କାରବାରକୁ ସମ୍ପୁର୍ଣ୍ଣ ରୁପେ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜିଲ୍ଲା ପୋଲିସ,ରାଜସ୍ୱ,ବନ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ଗଜପତି ଜିଲ୍ଲାର ଏକ ଦୁର୍ଗମ ବନପାହାଡ ଘେରା ଅଞ୍ଚଳରୁ ୧୦କୋଟି ଟଙ୍କାରୁ ଉର୍ଦ୍ଧ ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରି ଦିଆଯାଇଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ରାଇପଙ୍କା ଗ୍ରାମପଞ୍ଚାୟତର ସିକିଲମା ଗ୍ରାମ ନିକଟରେ ଥିବା ଦୁର୍ଗମ ବନପାହାଡ ଘେରା ଅଞ୍ଚଳରେ ଚୋରା ଗଞ୍ଜେଇ ଚାଷ କରାଯାଇଥିବା ଅଭିଯୋଗ ଜିଲ୍ଲା ପ୍ରଶାସନ ଓ ପୋଲିସ ଠାରେ ପହଞ୍ଚିଥିଲା । ଏହାକୁ ଭିତ୍ତି କରି ଗତକାଲି ଅଡବା ଠାରୁ ୪୦ କିମି ଦୁରରେ ଥିବା ସିକିଲିମା ଠାରେ ପୋଲିସ,ରାଜସ୍ୱ,ବନ ଓ ଅବକାରୀ ବିଭାଗର ମିଳିତ ଚଢାଉ କରିଥିଲେ । ୨କିମିରୁ ଉର୍ଦ୍ଧ ପାହାଡକୁ ପାଦଚଲାରେ ଅତିକ୍ରମ କରି ୫୨ ଏକର ପରିମିତ ଦୁର୍ଗମ ବନପାହାଡ ଘେରା ଅଞ୍ଚଳରୁ ଏକ ଲକ୍ଷ ଚାରି ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛ ଯାହାକି ୧୦କୋଟି ଟଙ୍କାରୁ ଉର୍ଦ୍ଧ ହେବ । ସେ ସବୁ ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରିଛନ୍ତି । ଏହି ଘଟଣାରେ କେହି ଗିରଫ ହୋଇ ନଥିବା ସୁଚନା ମିଲିଛି । ଗଜପତି ଜିଲ୍ଲା ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି,ରାଜସ୍ୱ,ବନ ଓ ଅବକାରୀ ବିଭାଗ ସମେତ ଆମ ପୋଲିସ ଦଳଙ୍କ ମିଳିତ ଚଢାଉରେ ଏହି ବିପୁଳ ପରିମାଣ ଅଞ୍ଚଳର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରି ଦିଆଯାଇଥିଲା ।

Leave A Reply

Your email address will not be published.