ଜୋରିମାନା ଗଣିବେ ଦେଶର ୮ ଟେଲିକମ କମ୍ପାନୀ

0 75

ନୂଆଦିଲ୍ଲୀ: ଜୋରିମାନା ଗଣିବେ ଦେଶର ୮ ଟେଲିକମ କମ୍ପାନୀ । ଟେଲିକମ କର୍ମଶିଆଲ୍ କମ୍ୟୁନିକେସନ କଷ୍ଟମର ପ୍ରିଫେରେନ୍ସ ରେଗୁଲେଶନ ଉଲ୍ଲଂଘନ ଅଭିଯୋଗରେ ଟ୍ରାଇ ୩୫ କୋଟି ଟଙ୍କା ଜୋରିମାନା ଲଗାଇଛି । ଟେଲିକମ କମ୍ପାନୀମାନେ ଫେକ୍ ମେସେଜ୍ ଜରିଆରେ ଫେକ୍ ଟ୍ରାଞ୍ଜାକସନ ମେସେଜକୁ ରୋକିବାରେ ବିଫଳ ହୋଇଥିବାରୁ ବିଏସଏନଏଲ, ଜିଓ, ଏୟାରଟେଲ୍, ଭୋଡାଫୋନ-ଆଇଡିଆ, ଭିଡିଓକୋନ, ଟାଟା ଟେଲିସର୍ଭିସେସ୍, ଏମଟିଏନଏଲ ଜୋରିମାନା ଗଣିବେ । ଟ୍ରାଇ କହିଛି ଯେ ଏ ବାବଦରେ ୨୩ ନଭେମ୍ବରରେ ଏକ ନିର୍ଦ୍ଦେଶ ଦିଆଯାଇଛି । କମ୍ପାନୀଗୁଡିକ ୨୦ ଦିନ ମଧ୍ୟରେ ଏହି ଜୋରାମାନା ଦେବାକୁ ବାଧ୍ୟ । ଟ୍ରାଇ ଏ ନେଇ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଏପ୍ରିଲ୍-ଜୁନ୍ ୨୦୨୦ ରେ ବିଏସ୍ଏନ୍ଏଲ୍, ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଭଳି କମ୍ପାନୀ ଉପରେ ୩୪ ହଜାରରୁ ୩୫ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ କରାଯାଇଛି । ଦିଲ୍ଲା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ପ୍ରତୀକ ଜାଲାନଙ୍କ ବେଞ୍ଚ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଠ ସପ୍ତାହ ସମୟ ଦେଇଛନ୍ତି । ଯଦି କାର୍ଯ୍ୟାନୁଷ୍ଠାନରେ ବିଫଳ ହୁଅନ୍ତି ତେବେ ଦଣ୍ଡବିଧାନ ଅନୁଯାୟୀ କୋର୍ଟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ପେଟିଏମ ବ୍ୟାଙ୍କ୍ ପରିଚାଳନା କରୁଥିବା ୱାନ ୯୭ କମ୍ୟୁନିକେସନ୍ ଲିମିଟେଡର ଏକ ଆବେଦନର ଶୁଣାଣି କରିବା ବେଳେ କୋର୍ଟ ଏହା କହିଠନ୍ତି । ଏପ୍ରିଲ୍, ମେ ଏବଂ ଜୁନରେ ଅନାବଶ୍ୟକ ବ୍ୟବସାୟ କଲ୍ ଏବଂ ମେସେଜ୍ ରୋକିବାରେ ଏହି ସବୁ କମ୍ପାନୀ ବିଫଳ ହୋଇଛନ୍ତି । ତେଣୁ ସର୍ବାଧିକ ଜୋରିମାନା ବିଏସ୍ଏନ୍ଏଲକୁ ୩୦ କୋଟି ଟଙ୍କା । ଏହା ବ୍ୟତୀତ ଆବଶ୍ୟକ ପଦ୍ଧତି ପାଳନ ନକରିବାରୁ ତାଙ୍କୁ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବାକୁ କୁହାଯାଇଛି । ସେହିଭଳି ଏୟାରଟେଲ, ଭୋଡାଫୋନ୍, କ୍ୱାଡାଣ୍ଟ ଟେଲିଭେଣ୍ଟର୍ସ ଏବଂ ରିଲାଏନ୍ସ ଜିଓ ଯଥାକ୍ରମେ ୧.୩୩ କୋଟି, ୧.୮୨ କୋଟି, ୧.୪୧ କୋଟି ଏବଂ ୧୪.୯୯ ଲକ୍ଷ ଟଙ୍କା ଆର୍ଥିକ ଜୋରିମାନା ଲାଗୁ କରାଯାଇଛି । ଏହା ବ୍ୟତୀତ ଏମଟିଏନଏଲ ଉପରେ ୧.୭୩ ଲକ୍ଷ ଟଙ୍କା, ଟାଟା ଟେଲି ସର୍ଭିସେସ୍ ଲିମିଟେଡ୍ ଉପରେ ୧୫.୦୧ ଲକ୍ଷ ଟଙ୍କା ଏବଂ ଭିଡିଓକନ୍ ମୋବାଇଲ୍ ଏବଂ ଇନଫ୍ରା ପ୍ରାଇଭେଟ ଲିମିଟେଡ୍ ଉପରେ ୩୪,୦୦୦ ଟଙ୍କା ଜୋରିମାନା ହୋଇଛି ।

Leave A Reply

Your email address will not be published.