ଆମେରିକୀୟ ଡ୍ରୋନ୍ ନୌସେନାରେ ସାମିଲ

0 69

ଶତ୍ରୁପକ୍ଷ ଉପରେ ରଖିବ କଡ଼ା ନଜର

ନୂଆଦିଲ୍ଲୀ ୨୫ ।୧୧: ଚୀନ୍ ସହ ସୀମା ବିବାଦକୁ ନେଇ ଉତ୍ତେଜନା ମଧ୍ୟରେ ଆମେରିକା ସହ ଘନିଷ୍ଠତା ଯୋଗୁ ମିଳିଥିବା ଦୁଇଟି ଡ୍ରୋନକୁ ନୌସେନାରେ ସାମିଲ କରାଯାଇଛି । ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଡ୍ରୋନ ଭାରତୀୟ ସୀମାର ସୁରକ୍ଷା କରିବେ । ଏହି ଡ୍ରୋନଗୁଡିକୁ ଆବଶ୍ୟକ ପଡିଲେ ଚୀନ୍-ଭାରତ ସୀମା ସଲଗ୍ନ ବାସ୍ତବିକ୍ ନିୟନ୍ତ୍ରଣ ରେଖା(ଏଲଏସି)ରେ ମଧ୍ୟ ମୁତୟନ ହୋଇପାରନ୍ତି । ଭାରତ-ଚୀନ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟ ଦୁଇଟି ଡ୍ରୋନ ଲାଗି ଅନୁମତି ଦେଇଥିଲେ । ଯାହାକୁ ନୌସେନାରେ ସାମିଲ କରିଦିଆଯାଇଛି । ଶୀର୍ଷ ପ୍ରତିରକ୍ଷା ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଆମେରିକାରୁ ଡ୍ରୋନ ୨ଟି ନଭେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ଭାରତ ଆସିସାରିଥିଲା ଓ ନଭେମ୍ବର ୨୧ ତାରିଖରେ ଆଇଏନଏସ ରଜାଲୀରୁ ଏଗୁଡିକ ସମୁଦ୍ର ଉପରେ ଉଡାଣ ମଧ୍ୟ କରିଥିଲେ । ଆମେରିକୀୟ ଡ୍ରୋନ ନୌସେନା ଶକ୍ତିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି । ଡ୍ରୋନ ସହ ଆମେରିକୀୟ କ୍ରୁ ମଧ୍ୟ ଆସିଛନ୍ତି । ଡ୍ରୋନ ଅପରେଟ କରିବାରେ ଏମାନେ ନୌସେନାକୁ ସହାୟତା କରୁଛନ୍ତି । ଏହି ଡ୍ରୋନଗୁଡିକ ଏବେ ଭାରତୀୟ ରଙ୍ଗରେ ଉଡୁଛନ୍ତି ଓ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଭାରତ ଡ୍ରୋନ ଦୁଇଟିକୁ ଆମେରିକୀୟ କମ୍ପାନୀ ଠାରୁ ଲିଜ୍ରେ ଆଣିଛନ୍ତି । ଭାରତୀୟ ସେନାର ଆର୍ମି, ଏୟାରଫୋର୍ସ ଓ ନେଭି ୩ ଶାଖା ଲାଗି ଏପରି ୧୮ଟି ଡ୍ରୋନ ଆଣିବା ଲାଗି ଏବେ ବିଚାର କରାଯାଉଛି । ପୂର୍ବ ଲଦ୍ଦାଖରେ ଚୀନ୍ ଅନୁପ୍ରବେଶ ବିରୋଧରେ ଆମେରିକା ଓ ଭାରତ ଏବେ ଏକତ୍ର କାର୍ଯ୍ୟ କରୁଛନ୍ତି । ମାମଲାରେ ଆମେରିକା ଭାରତକୁ ସର୍ଭିଲାନ୍ସ ଓ ସୂଚନା ସେୟାର କରୁଥିବା ଜଣାପଡିଛି ।

Leave A Reply

Your email address will not be published.