୪୫ ହଜାର ତଳକୁ ଖସିବ ସୁନାର ଦାମ୍

0 72

ନୂଆଦିଲ୍ଲୀ ୨୫ ।୧୧: ଚଳିତ ବର୍ଷ ନିବେଶକମାନଙ୍କୁ ମୋଟ ରିଟର୍ଣ୍ଣ ଦେବା ପରେ ଏବେ ଝଟ୍କା ଦେବାକୁ ଯାଉଛି ସୁନା । କିନ୍ତୁ ସାଧାରଣ ଜନତା ପାଇଁ ଖୁସି ଖବର ଆସିବାକୁ ଯାଉଛି । ଖାସ୍ କରି ସୁନା କିଣାବିକା କରୁଥିବା ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ଖବର ହୋଇପାରେ ବୋଲି ଆଶା କରାଯାଉଛି । କରୋନା ଭ୍ୟାକସିନ୍ ପ୍ରସ୍ତୁତ ହୋଇଥିବା ଖବର ମଙ୍ଗଳବାର ଦିନ ଦିଲ୍ଲୀ ସରଫା ବଜାରରେ ସୁନାର ଦାମ୍ ୧୦୪୯ଟଙ୍କା ହ୍ରାସ ପାଇଛି । ଏହାସହିତ ସୁନାର ଦାମ୍ ୪୯ହଜାର ତଳକୁ ଖସିଛି । ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୮୫୬୯ ରହିଛି । ଦିଲ୍ଲୀର ସରଫା ବଜାରରେ ମଙ୍ଗଳବାର ଦିନ ସୁନା ୧୦୪୯ ଟଙ୍କା ହ୍ରାସ ପାଇ ୪୮,୫୬୯ ପ୍ରତି ୧୦ ଗ୍ରାମ ପ୍ରତି ରହି ବନ୍ଦ ହୋଇଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ, କୋଭିଡ-୧୯ର ଭ୍ୟାକସିନ୍ ଓ ଆମେରିକା ରାଷ୍ଟ୍ରପତି ଭାବେ ଜୋ-ବାଇଡେନ୍ କାର୍ଯ୍ୟଭାର ସମ୍ଭାଳିବ ନେଇ ପ୍ରସ୍ତୁତି ସୁନା ଦର ହ୍ରାସ ପାଇବାର ଅନ୍ୟତମ କାରଣ ପାଲଟିଛି । ଏହା ବ୍ୟତୀତ ବିଶ୍ୱ ବଜାରରେ ଦୁର୍ବଳତା ଏବଂ ଟଙ୍କାର ବିନିମୟ ମୁଲ୍ୟରେ ଉନ୍ନତି ମଧ୍ୟ ସୁନା ଦର ଉପରେ ପ୍ରଭାବ ପକାଇଛି । ଏସବୁ ଭିତରେ ରୂପାର ଦର ମଧ୍ୟ ହ୍ରାସ ପାଇଛି । ରୂପା ୧,୫୮୮ ଟଙ୍କା ହ୍ରାସ ପାଇ ୫୯,୩୦୧ କିଲୋଗ୍ରାମ ପ୍ରତି ରହିଛି । ଆନ୍ତର୍ଜାତୀୟ ବଜାରରେ ସୁନା ଏକ ଆନ୍ସର ହ୍ରାସ ପାଇ ୧,୮୩୦ ଡଲାରରେ ପହଞ୍ଚିଥିବା ବେଳେ ରୂପା ପ୍ରାୟ ୨୩.୪୨ ଡଲାରରେ ଅପରିବର୍ତ୍ତିତ ରହିଛି । ଏଞ୍ଜେଲା ବ୍ୟାଙ୍କିଙ୍ଗର ଉପ-ଉପରାଷ୍ଟ୍ରପତି ଅନୁଜ ଗୁପ୍ତା କହିଛନ୍ତି ଯେ ସୁନା ୪୯,୦୦୦ ତଳକୁ ଖସିଛି । ଆଗାମୀ ଦିନରେ ଏହା ଆହୁରି ଖସିଯିବାର ସମ୍ଭାବନା ମଧ୍ୟ ରହିଛି । ତେବେ ଅନେକ ବିଶେଷଜ୍ଞଙ୍କ ମତରେ ଯଦି ଆଗାମୀ ଦିନରେ ସୁନାର ମୁଲ୍ୟ ୪୫ହଜାର ତଳକୁ ଖସିବାର ସମ୍ଭାବନା ରହିଛି । ଖାସ୍ କରି ସୁନା ଦର ହ୍ରାସ ପାଇବାର ୪ଟି ମୁଖ୍ୟ କାରଣ ଅଛି ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

Leave A Reply

Your email address will not be published.