ନୀତୀଶ ସରକାରରେ ବାଚସ୍ପତି ହେଲେ ବିଜୟ ସିହ୍ନା

0 66

ପାଟନା: ବିହାର ବିଧାନସଭାର ବାଚସ୍ପତି ହେଲେ ବିଜେପି ବିଧାୟକ ବିଜୟ ସିହ୍ନା । ତାଙ୍କ ସପକ୍ଷରେ ୧୨୬ ଜଣ ସମର୍ଥନ କରିଥିବା ବେଳେ ବିରୋଧୀ ଦଳ ଅବାଧ ବିହାରୀ ଚୋଧୁରୀଙ୍କ ସପକ୍ଷରେ ୧୧୪ ଜଣ ସମର୍ଥନ କରିଥିଲେ । ତେଣୁ ପ୍ରୋଟେମ୍ ସ୍ପିକର ଜୀତନ ରାମ ମାଞ୍ଝୀ ତାଙ୍କୁ ବାଚସ୍ପତି ଭାବରେ ବିଜୟୀ କରାଇଛନ୍ତି । ବିଜୟ କୁମାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦିଙ୍କ ନିକଟତମ ନେତା । ବିହାର ସରକାରରେ ଦୁଇ ଉପମୁଖ୍ୟମନ୍ତ୍ରୀ ତାରା କିଶୋର ଏବଂ ରେଣୁ ଦେବୀ ପଛୁଆ ଏବଂ ଅତି ପଛୁଆ ବର୍ଗର ହୋଇଥିବା ବେଳେ ବାଚସ୍ପତି ବିଜୟ ସିହ୍ନା ଭୂମିହାରୋ ଜାତିର ବୋଲି ଜଣାପଡ଼ିଛି । ବିଜେପି ସରକାରର ମୁଖ୍ୟ ପଦବୀରେ ବିଭିନ୍ନ ଜାତିର ନେତାଙ୍କୁ ଦାୟିତ୍ୱ ଦେଉଥିବା ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଲା ବିହାରରେ ପ୍ରାୟ ପାଞ୍ଚ ଦଶନ୍ଧି ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହୋଇଥିଲା । ଭୋଟିଂ ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିକୁ ବିରୋଧ କରିଥିଲେ ବିରୋଧୀ । ସେ ବିଧାନ ପରିଷଦର ନେତା ହୋଇଥିବାରୁ ଗୃହରେ ରହିପାରିବେ ନାହିଁ ବୋଲି ଆରଜେଡି ବିଧାୟକ ତେଜସ୍ୱୀ ଯାଦବ କହିଥିଲେ । ତେବେ ନୀତୀଶ ଗୃହର ନେତା ସେ ରହିପାରିବେ ବୋଲି ପ୍ରୋଟେମ୍ ସ୍ପିକର ଜୀତନ ରାମ ମାଞ୍ଝୀ କହିଥିଲେ । ଏଥିସହ ବାଲଟ ଜରିଆରେ ଭୋଟିଂ ପାଇଁ ବିରୋଧୀ କରିଥିଲେ । ହେଲେ ଜୀତନ ରାମ ବାଚନିକ ଭୋଟ୍ ଜରିଆରେ ଭୋଟିଂ କରିଥିଲେ । ବିଜୟ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ସମ୍ମାନର ସହ ବାଚସ୍ପତିଙ୍କା ତାଙ୍କ ଚେୟାର ପାଖକୁ ପାଛୋଟି ନେଇଯାଇଥିଲେ ।

Leave A Reply

Your email address will not be published.