ଭାରତ ବନ୍ଦର ପ୍ରଭାବ

0 79

ଭଦ୍ରକ   : ବିଭିନ୍ନ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଭାରତ ବନ୍ଦର ପ୍ରଭାବ ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆବାହନରେ ଏଆଇସିସିଟିୟୁ ବନ୍ଦ ପାଳନ କରୁଛି । ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ଏଆଇସିସିଟିୟୁ ରାଜପଥ ଅବରୋଧ କରିଛି । ଜିଲ୍ଲାର ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ ସ୍ଥାନରେ ବନ୍ଦ ପାଳନ କରୁଛି । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ , ଶ୍ରମ କୋଡ଼କୁ ବାତିଲ , ମନେରେଗା ଶ୍ରମିକଙ୍କୁ ଦୈନିକ ୭୦୦ ଟଙ୍କା ଦରମା ଓ ବିଭିନ୍ନ ଦାବି ନେଇ ବନ୍ଦ ଘୋଷଣା କରିଛି ବିଭିନ୍ନ ସଂଗଠନ । ଦେଶବ୍ୟାପୀ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାସ୍ତା ବ୍ଲକ, ପିକେଟିଂ କରାଯାଉଛି । ଯାହାଫଳରେ କି ଯାତାୟତରେ ପ୍ରଭାବ ପଡିଛି । ଅନେକ ଯାତ୍ରୀ ବିଭିନ୍ନ ବସ୍‌ଷ୍ଟାଣ୍ଡରେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଚାହିଁ ବସିଛନ୍ତି ।

Leave A Reply

Your email address will not be published.