ବାଲି ଚୋରା ଚାଲାଣ ଅଭିଯୋଗରେ ୪ଟ୍ରାକ୍ଟର ଜବତ

0 83

ପାରଳାଖେମୁଣ୍ଡି: ବେଆଇନ ଚାଲାଣ ଅଭିଯୋଗରେ ରାୟଗଡ ପୋଲିସ ୪ଟି ଟ୍ରାକ୍ଟରକୁ ଜବତ କରିବା ସହ ଚାଳକମାନଙ୍କୁ କୋର୍ଟ ଚାଲାଣ କରିଛି । ଗାଡିର କାଗଜ ପତ୍ର ତଥା ଚାଲାଣ ସମ୍ପର୍କିତ କାଗଜ ପତ୍ର ଦେଖାଇି ନ ପାରିବା ଫଳରେ ଢିମିରିଝୁଲିର ସତ୍ୟନାରାୟଣ ପାଇକ(ଟ୍ରାକ୍ଟର ନଂ ଓଡି୨୦ ଏ ୬୪୭୬/୭୭),କରଡାସିଂର ଗଣେଶ ଶବର(ଟ୍ରାକ୍ଟର ନଂ ଓଡି ୨୦ଏ ୦୩୫୬/୫୭) ଓ ବିନଲା ଗ୍ରାମର ସୁର୍ଯ୍ୟନାରାୟଣ ପ୍ରଧାନ(ଟ୍ରାକ୍ଟର ନଂ ଓଡି ୦୨ ଏ ୦୧୫୧/୨୨)ଙ୍କ ବିରୋଧରେ କେସ ନଂ ୮୧/୨୦୨୦,୮୨/୨୦୨୦ ଓ ୮୩/୨୦୨୦ ଦଫା ୩୭୯,୩୪ ଆପିସି ଆଦି ଦଫାରେ ମକଦ୍ଦମା ରୁଜୁ କରାଯାଇ କୋର୍ଟକୁ ଚାଲାଣ କରାଯାଇଥିବା ରାୟଗଡ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସୁଚନା ଦେଇଛନ୍ତି । ଏଠାରେ ସୁଚନା ଯୋଗ୍ୟ ଯେ,ନଦୀବାଲି ଚୋରା ଚାଲାଣ ଏଠାରେ ଏକ ନିତି ଦିନିଆ ବ୍ୟବସାୟ ପାଲଟିଛି । ଗତ ୩ଦିନ ତଳେ ଠିକ୍ ଏପରି ଭାବେ ବାଲି ଚାଲାଣ ବେଳେ ଏକ ଟ୍ରାକ୍ଟର ଜବତ ହୋଇଥିଲା । ବ୍ଲକ ପ୍ରଶାସନ ଓ ପୋଲିସ ଏହି ବାଲି ଚୋରା ଚାଲାଣ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.