ବିିଧାନସଭା ଆଗରେ ଉତ୍ତେଜନା: ୧୫ ଜଣଙ୍କୁ ଉଠାଇ ନେଲା ପୋଲିସ୍

0 65

ଭୁବନେଶ୍ୱର୨୭/୧୧: ଶୁକ୍ରବାର ପୁଣି ବିଧାନସଭା ଗେଟ୍ ସମ୍ମୁଖରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ୧୦ରୁ ୧୫ ଜଣ ଯୁବକ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ବାଇକରେ ଏଜି ଛକରୁ ଆସି ବିଧାନସଭା ଭିତରକୁ ପଶି ଆସୁଥିବା ବେଳେ ଯୁବକଙ୍କୁ ଅଟକାଇଥିଲା ପୋଲିସ। ଏହା ପରେ ସେମାନଙ୍କୁ ଜୋର ଜବରଦସ୍ତ ପୋଲିସ ଉଠାଇ ନେଇଛି । ବିଧାନସଭା ଗେଟ ସମ୍ମୁଖରେ ଏବେ ପୋଲିସ ଛାଉଣୀ ହୋଇ ରହିଛନ୍ତି । ତେବେ ଯୁବକଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ। ପରୀ ମୃତ୍ୟୁ ମାମଲାରେ ଯୁବକମାନେ ପ୍ରତିବାଦ ପାଇଁ ଆସିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.