‘ଅପରାଧିକ ଆଇନର ଅପବ୍ୟବହାର ନହେବା ଦରକାର’

0 72

ନୂଆଦିଲ୍ଲୀ: ଦୁଇ ବର୍ଷ ତଳର ଅନଭୟ ନାୟକ ଆତ୍ମହତ୍ୟା ଘଟଣାରେ ୧୧ ନଭେମ୍ବରରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସର୍ବୋଚ୍ଚ କୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଶୁକ୍ରବାର ଏହି ମାମଲାର ରାୟ ଶୁଣାଇଛନ୍ତି କୋର୍ଟ । ବେଆଇନ୍ ଭାବରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଏହି ମାମଲାକୁ ଖୋଲିଛି । ହଠାତ୍ ଏହି ମାମଲା ଖୋଲି ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ୍ କରାଯିବା ବେଆଇନ୍ । ପୁଲିସ ଯେଉଁ ଦଫା ଲଗାଇଛି ମୂଳ ମାମଲା ସହିତ କୌଣସି ସଂପୃକ୍ତି ରଖୁନାହିଁ । ଜଷ୍ଟିସ୍ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଇନ୍ଦ୍ରାଣୀ ଏହି ମାମଲାର ରାୟ ଶୁଣାଇଛନ୍ତି । ଏହାସହ ହାଇକୋର୍ଟ, ରାଜ୍ୟ ସରକାର ଏବଂ ତଦନ୍ତ ଅଧିକାରୀ ସଂସ୍ଥା ଉପରେ ସର୍ବୋଚ୍ଚ କୋର୍ଟ ବର୍ଷିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଅପରାଧିକ ଆଇନର ଅପବ୍ୟବହାର ନହେବା ଦରକାର । କିଛି ଲୋକଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବରେ ଏହା ବ୍ୟବହାର ନହେବା ଦରକାର । ଆଇନର ଅପବ୍ୟବହାର ଯେମିତି ନହୁଏ ସେଥିପ୍ରତି ହାଇକୋର୍ଟ, ତଳ କୋର୍ଟ ସତର୍କ ରହିବା ଦରକାର ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାୟପାଳିକା ସୁନିଶ୍ଚିତ କରାଇବା ଦରକାର ଯେ ନାଗରିକମାନଙ୍କୁ ହଇରାଣ କରିବା ପାଇଁ ଅପରାଧିକ ଆଇନ ଅସ୍ତ୍ରରେ ପରିଣତ ନହେବା ଦରକାର । କୋର୍ଟ କହିଛନ୍ତି ଯେ ଯଦି କାହାର ବ୍ୟକ୍ତିଗତ ସ୍ୱାଧୀନତା ଉଲ୍ଲଂଘନ ହୋଇଛି, ତେବେ ସେ ନ୍ୟାୟ ପାଇଁ ଯୋଗ୍ୟୟ ସେମାନଙ୍କ ପାଇଁ କୋର୍ଟର ଦ୍ୱାର ବନ୍ଦ ହୋଇପାରିବ ନାହିଁ । ଗୋଟିଏ ଦିନ ପାଇଁ ବି କାହାର ବ୍ୟକ୍ତିଗତ ସ୍ୱାଧୀନତା ଛଡ଼ାଇ ନେବା ଭୁଲ୍ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ହାଇକୋର୍ଟ ଧାରା ୪୮୨ ଆଧାରରେ ନିଜ କ୍ଷମତାର ଅନୁପାଳନ କରିବା ଦରକାର ଥିଲା । ହେଲେ ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାରେ କୋର୍ଟ ଧାରା ୪୮୨ରେ ନିଜର କ୍ଷମତା ଜାହିର କରିବାରେ ବିଫଳ ହୋଇଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟ ଅନ୍ୟ ଦୁଇ ଅଭିଯୁକ୍ତ ଏନ୍ ସାରଦା ଏବଂ ଫିରୋଜ ମହମ୍ମଦ ଶେଖଙ୍କୁ ମଧ୍ୟ ୧୧ ତାରିଖ ଦିନ ଜାମିନ୍ ମିଳିଛି । ଏହି ମାମଲାରେ ପ୍ରମାଣ ନଷ୍ଟ ନକରିବାକୁ ଏବଂ ତଦନ୍ତରେ ସହଯୋଗ କରିବାକୁ ରିପବ୍ଲିକ୍ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଏବଂ ଏହି ଦୁଇ ଜଣଙ୍କୁ କହିଛନ୍ତି । ସୂଚନାଯୋଗ୍ୟ, ପୁଲିସ ଆତ୍ମହତ୍ୟା ମାମଲାକୁ ବେଆଇନ୍ ଭାବରେ ଖୋଲିଛି ବୋଲି ତଳ କୋର୍ଟ କହିଥିଲେୟ ହାଇକୋର୍ଟ ମଧ୍ୟ ଏହାକୁ ଗ୍ରହଣ କରିଥିଲେ । ହେଲେ ମଧ୍ୟବର୍ତ୍ତୀକାଳୀନ ଜାମିନ ନାମଞ୍ଜୁର ହେବା ପରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରିପବ୍ଲିକ୍ ଟିଭି ସମ୍ପାଦକ ।

Leave A Reply

Your email address will not be published.