ଗୋଶାଳାର ଯତ୍ନ ନେବେ ଜେଲ୍ ଅନ୍ତେବାସୀ

0 74

ଲକ୍ଷେ୍ନø: ଜେଲ୍ ଅନ୍ତେବାସୀ ଏଣିକି ଗୋଶାଳା ବା ଗୁହାଳର ଯତ୍ନ ନେବେ । ୮ଟି ଜିଲ୍ଲାର ଜେଲ୍ ଅନ୍ତେବାସୀ ଗୋଶାଳର ଯତ୍ନ ନେବେ ବୋଲି ନିଷ୍ପତ୍ତି ହୋଇଛି । ଉତ୍ତର ପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପାଇଲଟ୍ ପ୍ରୋଜେକ୍ଟ ଭାବରେ ୮ଟି ଜିଲ୍ଲାକୁ ନିଆଯାଇଛି । ଯଦି ଏହା ସଫଳ ହେବ ତାହେଲେ ଆଗକୁ ସମସ୍ତ ଜେଲ ଅନ୍ତେବାସୀଙ୍କ ପାଇଁ ଏହା ଲାଗୁ ହେବ । ଜେଲ୍ ଡିଜିପି ଆନନ୍ଦ କୁମାର ଏହା କହିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତିଦିନ ଜେଲ୍ ଅନ୍ତେବାସୀ ମାନେ ଗୋଶାଳା, ଅନ୍ୟ ପଶୁମାନେ ରହୁଥିବା ଆଶ୍ରୟସ୍ଥଳୀର ରକ୍ଷଣବେକ୍ଷଣ ଦାୟିତ୍ୱରେ ରହିବେ । ୟୁପି ଜେଲ୍ ବିଭାଗ ଏବଂ ପଶୁପାଳନ ବିଭାଗ ମିଳିତ ଭାବରେ ଏହି ନିଷ୍ପତ୍ତି ନେଇଛନ୍ତି । ଆନନ୍ଦ କୁମାର କହିଛନ୍ତି, ଏବେ ସେ ସମସ୍ତ ଜେଲ୍ ପରି·ଳକଙ୍କୁ ଏକ ସର୍ଭେ କରିବାକୁ କହିଛନ୍ତି । ଜିଲ୍ଲାରେ ଥିବା ସରକାରୀ ପଶୁ ଆଶ୍ରୟସ୍ଥଳୀ ଏବଂ ଗୋଶାଳା ଚିହ୍ନଟ କରିବା ସହିତ ଜେଲରେ ସଜା କାଟୁଥିବା ସ୍ୱଚ୍ଛ ଭାବମୂର୍ତ୍ତି ବନ୍ଦୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି । ଯଦି ସେମାନେ ଗୋଶାଳର ଯ˜ ନେବା ପାଇଁ ଇଚ୍ଛା ପ୍ରକାଶ କରିବେ ତାହେଲେ ସେମାନଙ୍କୁ ଏହି କାମରେ ନିୟୋଜିତ କରାଯିବ ବୋଲି ଡିଜିପି କହିଛନ୍ତି । ଏବେ ଛଅଟି ଜିଲ୍ଲାରେ ୫ଟି ସେଣ୍ଟ୍ରାଲ୍ ଜେଲ୍ ରହିଛି । ଯେଉଁଠି ଜେଲ୍ କ୍ୟାମ୍ପସ ଭିତରେ ସରକାରୀ ଗୋଶାଳ ରହିଛି ।

Leave A Reply

Your email address will not be published.