ସତ ଆଗରେ ଅଂହକାର ତିଷ୍ଠି ପାରିବନି : ରାହୁଲ୍

0 73

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି । ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି ସରକାର ବିରୋଧରେ ବର୍ଷିଛନ୍ତି । କୃଷି ଆଇନକୁ ସେ କଳା ଆଇନ୍ ବୋଲି କହିବା ସହିତ କେନ୍ଦ୍ର ସରକାର ଏହି କୃଷକ ବିରୋଧୀ ଆଇନ ପ୍ରତ୍ୟାହାର କରିନେବା ଦରକାର ବୋଲି ସେ କହିଛନ୍ତି । ରାହୁଲ୍ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, ସତ ଏବଂ ଅଂହକାର ସହିତ ଲଢ଼େଇ ହେଉଛି । ·ଷୀ ମାନେ ସତ ସହିତ ରହିଛନ୍ତି । ସତକୁ କୌଣସି ସରକାର ଚପାଇ ରଖିପାରିବେନି । ମୋଦି ସରକାର କଳା ଆଇନକୁ ପ୍ରତ୍ୟାହାର କରିବା ଦରକାର । ଏ ନେଇ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଆଲୋଚନା କରିବା ପାଇଁ ରାଜି ଅଛନ୍ତି । ସମସ୍ତ ·ଷୀ ଭାଇ ସରକାର ସାମ୍ନାରେ ନିଜର ଦାବି ରଖିବା ଦରକାର । ଆନ୍ଦୋଳନ କଲେ ଏହାର ସମାଧାନ ହେବନି । ଅନ୍ୟପଟେ କୃଷି ଆଇନକୁ ବିରୋଧ କରୁଥିବା ·ଷୀଙ୍କୁ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଅନୁମତି ମିଳିଛି । ରାଜଧାନୀ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିବା ପାଇଁ ·ଷୀଙ୍କୁ ଅନୁମତି ମିଳିଛି । ସୂଚନାଯୋଗ୍ୟ, ·ଷୀ ଦିଲ୍ଲୀ ଆସୁଥିବା ବେଳେ ହରିଆଣା-ଦିଲ୍ଲୀ ସୀମାକୁ ପୁଲିସ୍ ସିଲ୍ କରିଦେଇଥିଲା । ଏହାପରେ ·ଷୀଙ୍କ ଅଟକାଇବାକୁ ଯାଇ ପୁଲିସ ଲାଠିମାଡ଼ ସହିତ ଟିୟର ଗ୍ୟାସ ଚଳାଇଥିଲା । ଏମିତିକି ପୁଲିସ ବାରିକେଟକୁ ଆନ୍ଦୋଳନକାରୀ ଭାଙ୍ଗିବା ସହିତ ବ୍ରିଜ ତଳକୁ ଫିଙ୍ଗି ଦେଇଥିବାର ନଜିର ରହିଛି ।

Leave A Reply

Your email address will not be published.