କଙ୍ଗନାଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି

0 82

କ୍ଷତିପୂରଣ ଦେବ ବିଏମସି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ପାଲିହିଲସ୍ଥିତ ତାଙ୍କ ଅଫିସକୁ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସ) ଯେଉଁ ଭଳି ଢଙ୍ଗରେ ଭାଙ୍ଗିଛି, ତାହା ବେଆଇନ ବୋଲି କୋର୍ଟ କହିଛନ୍ତି । ଏଥିସହ କଙ୍ଗନାଙ୍କ ଅଫିସ ଭାଙ୍ଗିବା ଉଦ୍ଦେଶ୍ୟ ପ୍ରଣୋଦିତ ଓ ଏଥିପାଇଁ ବିଏମସିକୁ କ୍ଷତି ପୂରଣ ଦେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି । ମାମଲାର ଶୁଣାଣି କରି ହାଇକୋର୍ଟର ବି·ରପତି ଜଷ୍ଟିସ ଏସଜେ କଥୱାଲା ଓ ଜଷ୍ଟିସ ରିୟାଜ ଛଗଲାଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ଫଟୋ ସବୁ ଦେଖିଛୁ । ପୂର୍ବରୁ ମଧ୍ୟ ସେଠାରେ ଏହି ଅଫିସ ଥିଲା । ଆମେ ଏଠି ସ୍ପଷ୍ଟ କରିବାକୁ ·ହୁଁଛୁ ଯେ କୋର୍ଟ ବେଆଇନ ର୍ନିମାଣକୁ କେବେ ହେଲେ ପ୍ରଶୟ ଦେଉନାହାନ୍ତି । ସେହିପରି ଆବେଦନକାରୀ ରାଜ୍ୟର ପରିବେଶକୁ ନେଇ ଦେଇଥିବା ବୟାନ ସହ ମଧ୍ୟ ଆମେ ଏକମତ ନାହୁଁ ବରଂ ସେ ଏଭଳି ବୟାନର ଦୂରରେ ରୁହନ୍ତୁ ବୋଲି ଆମେ କହୁଛୁ । କିନ୍ତୁ ଆମ ପାଖରେ ଯେଉଁ ତଥ୍ୟ ରହିଛି, ସେଥିରୁ ଜଣାପଡ଼ୁଛି ଯେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଅଫିସକୁ ଭଙ୍ଗା ଯାଇଛି । ଆଇନକୁ ଏଠାରେ ଆଦୌ ପାଳନ କରାଯାଇ ନାହିଁ । ଯେହେତୁ ଉଚ୍ଛେଦ ବେଆଇନ, ତେଣୁ ଆବେଦନକାରୀ ମଧ୍ୟ କ୍ଷତିପୂରଣ ପାଇବାକୁ ଯୋଗ୍ୟ । କୋର୍ଟ କ୍ଷୟକ୍ଷତିର ଆକଳନ ପାଇଁ ଗୋଟିଏ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ରିପୋର୍ଟ ପ୍ରସ୍ତୁତ କରି ହାଇକୋର୍ଟରେ ରିପୋର୍ଟ ଦେବ । ଆସନ୍ତା ୩ ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ବୋଲି କୋର୍ଟ କହିଛନ୍ତି । ସେପ୍ଟେମ୍ବର ୯ରେ ବିଏମସି ପକ୍ଷରୁ ବାନ୍ଦ୍ରା ସ୍ଥିତ କଙ୍ଗାନଙ୍କ ଅଫିସକୁ ଭଙ୍ଗା ଯାଇଥିଲା । ଭଙ୍ଗା ଆରମ୍ଭ ହେବା କ୍ଷଣି କଙ୍ଗନା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣି କରି ଏହା ଉପରେ ରୋକ ଲଗାଇଥିଲେୟ ତେବେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ବିଏମସି ଅଫିସର ୬୦ରୁ ୭୦% ଅଂଶ ଭାଙ୍ଗି ସାରିଥିଲା । ସେପ୍ଟେମ୍ବର ୧୫ରେ କଙ୍ଗନା କୋର୍ଟଙ୍କ ଦ୍ୱାରସ୍ଥ ହୋଇ କ୍ଷୟକ୍ଷତି ବାବଦରେ ୨ କୋଟି ଟଙ୍କା ବିଏମସି ଠାରୁ ଆଦାୟ କରିବାକୁ କହିଥିଲେ ।

Leave A Reply

Your email address will not be published.