ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

0 71

ଭୁବନେଶ୍ୱର : ବିଧାନସଭା ନିକଟରେ ପୁଣି ଆତ୍ମାହୁତି ଉଦ୍ୟମ । ବିଧାନସଭା ପଛପଟେ ଇଡକଲ ରାସ୍ତାରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି କୁଜଙ୍ଗ ଅଂଚଳର ମା ସୁଲୋଚନା ଦାସ ଓ ପୁଅ ସୁବ୍ରୋତ ଦାସ ।  ଉଭୟଙ୍କୁ ସୁରକ୍ଷାକର୍ମୀ ଉଦ୍ଧାର କରିଛନ୍ତି । ପୁଅ ହତ୍ୟାର ନ୍ୟାୟ ନପାଇ ଦୁହେଁ ଆତ୍ମହୁତି ଉଦ୍ୟମ କରିଥିବା ସୂଚନା ମିଳିଛି । ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ମାଆ ଅଭିଯୋଗ କରିଛନ୍ତି । ବର୍ଷେ ତେଳ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିଲା । ତେବେ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ପୁଅକୁ ଏଯାଏଁ ନ୍ୟାୟ ମିଳିନାହିଁ । ତେଣୁ ଆତ୍ମହୁତି ଭଳି ଚରମ ନିଷ୍ପତି ଆପଣାଇଥିବା ଉଭୟ ମା ପୁଅ ସୂଚନା ମିଳିଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା ରହିଛି ।

Leave A Reply

Your email address will not be published.