ରାଜ୍ୟରେ ୧୨ ଜଣଙ୍କ କରୋନାରେ ମୃତ୍ୟୁ

0 67

ଭୁବନେଶ୍ୱର : ରାଜ୍ୟରେ ୧୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩୦ରେ ପହଞ୍ଚି ଯାଇଛି। ଏହି ୧୨ ଜଣଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର କେବଳ ୪ ଜଣ ଅଛନ୍ତି। ସେହିପରି ଭୁବନେଶ୍ୱରର ୩ ଜଣ ଥିବା ବେଳେ ଅନୁଗୋଳର ୨ ଜଣ ଅଛନ୍ତି। ବାଲେଶ୍ୱର, ଢେଙ୍କାନାଳ ଓ ଯାଜପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୭୮୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୦୯,୭୪୭ ଜଣ ସୁସ୍ଥ ହୋଇସାରିଛନ୍ତି। ୬,୨୫୯ ଜଣ ଚିକିତ୍ସାଧୀନ ରହିଛନ୍ତି।

Leave A Reply

Your email address will not be published.