୨୪ ଘଣ୍ଟା ପରେ ନିଖୋଜ ବ୍ୟକ୍ତିଙ୍କ ଶବ ପାଣିରୁ ଉଦ୍ଧାର

0 69

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡଖଣି ଗ୍ରାମ ନିକଟସ୍ଥ ଚେକଡେମ ରୁ ୨୪ଘଣ୍ଟା ପରେ ଏକ ମୃତ ଦେହ ଉଦ୍ଧାର ହୋଇଛି । ମୃତକ କାଳୁ ଚରଣ ମଲିକ (୫୪) ଗତକାଲି ଗାଧୋଇବାକୁ ଯାଇ କୌଣସି କାରଣରୁ ପାଣିରେ ବୁଡି ଯାଇଥିଲେ । ନିକଟସ୍ଥ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର ଓ ତାଙ୍କ ଟିମ୍ ପହଞ୍ôଚ ଦୀର୍ଘ ୫ଘଣ୍ଟା ଖୋଜିଥିଲେ କିନ୍ତୁ ଶବକୁ ପାଇନଥିଲେ । ତେବେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଅଧିକାରୀ ସୁଶାନ୍ତ ରଂଜନ ମହାପାତ୍ର ଓ ତାଙ୍କ ଟିମ୍ ପହଞ୍ôଚ ସକାଳ ୯ଘଣ୍ଟା ଠାରୁ ଖୋଜିବା ଆରମ୍ଭ କରିଥିଲେ । ପାଣି ଗଭୀର ଥିବା ଯୋଗୁଁ ଅକ୍ସିଜେନ ବ୍ୟବହାର କରି ଜିତେନ୍ଦ୍ର କୁମାର ଭୁଇଁ ପାଣି ଭିତରେ ପଶି ପ୍ରାୟ ୪୦ଫୁଟ ତଳେ ଏକ ପଥର ସନ୍ଧିରେ ଫସି ରହିଥିବା କାଳୁଙ୍କ ମୃତ ଦେହ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲେ । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଏବଂ ତାଙ୍କ ଟିମ୍ ପହଞ୍ôଚ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇବା ସହ ଘଟଣାକୁ ନେଇ ମୋହନା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.