ବସ୍-କାର୍ ଧକ୍କା, ୪ ମୃତ

0 67

ନୋଏଡା, ୨୮ ।୧୧: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଯମୁନା ଏକ୍ସପ୍ରେସ ୱେରେ ଶନିବାର ସକାଳୁ ବଡ଼ଧରଣ ଦୁର୍ଘଟଣା ଘଟିଛି । ଗୋଟିଏ ଦ୍ରୁତଗାମୀ କାର୍ ରାଜ୍ୟ ସଡ଼କ ପରିବହନ ବିଭାଗର ବସ୍କୁ ପଛ ପଟୁ ଖୁବ ଜୋରରେ ଧକ୍କା ଦେଇଛି । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କାରଟିର ୭୦ ପ୍ରତିଅଂଶ ଭାଙ୍ଗି ଚୁରମାର ହୋଇଯାଇଛି । ସେହିପରି ଘଟଣାସ୍ଥଳରେ କାର୍ରେ ଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ୍ ପକ୍ଷରୁ କୁହାଯାଇଛି ଯେ, ଆଜି ସକାଳ ୬.୪୫ରେ ଯମୁନା ଏକ୍ସପ୍ରେସ ୱେରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଗୋଟିଏ ଇନୋଭା ଗାଡ଼ିରେ ୫ ଜଣ ବ୍ୟକ୍ତି ଆଗ୍ରା-ନୋଏଡା ରାସ୍ତାରେ ଯାଉଥିଲେ । ସେମାନଙ୍କ ଆଗରେ ସଡ଼କ ପରିବହନ ବିଭାଗର ଗୋଟିଏ ଯାତ୍ରୀବାହୀ ବସ୍ ଯାଉଥିଲା । ଇନୋଭା ଡ୍ରାଇଭର ଜଣଙ୍କ ଖୁବ ଦ୍ରୁତ ଗତିରେ ଗାଡ଼ି ଚାଳନା କରୁଥିବାରୁ ଏହା ସିଧା ଯାଇ ବସ୍ର ପଛ ପଟକୁ ଧକ୍କା ଦେଇଥିଲା । ଫଳରେ କାର୍ଟିର ଅଧାରୁ ଅଧିକ ଭାଗ ବସ୍ ମଧ୍ୟରେ ପଶି ଯାଇଥିଲା । ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.