ବଡ଼ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍!

0 66

ବେଜିଂ, ୨୮ ।୧୧: ବଡ଼ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ବିସ୍ତାରବାଦୀ ଚାଇନା? ପୂର୍ବରୁ ଅନେକ ଥର ସାମରିକ ଶକ୍ତି ବୃଦ୍ଧି କଥା କହୁଥିବା ଚାଇନା ଏଥର କାହା ବିରୋଧରେ ସମରସଜ୍ଜା ଆରମ୍ଭ କରିଛି? ଏଭଳି ପ୍ରଶ୍ନ ଉଠିବା ପଛରେ ରହିଛି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ଦେଶର ଯବାନଙ୍କୁ ଦେଇଥିବା ବୟାନ । ସେ ଦେଶର ସୈନିକମାନଙ୍କୁ ମରିବା ପାଇଁ ଡର ନାହିଁ, ବରଂ ଯୁଦ୍ଧକୁ ଜିତିବା ପାଇଁ ଫୋକସ କର ବୋଲି କହିଛନ୍ତି । ମିଲାଟାରୀ କମାଣ୍ଡରମାନଙ୍କୁ ସମ୍ବୋଧନ କରିବା ବେଳେ ଜିନପିଙ୍ଗ ଏପରି କଥା କହିଥିବାରୁ, ଏହାକୁ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚାଇନା ମିଡିଆର ରିପୋର୍ଟ ମୁତାବକ ଜିନପିଙ୍ଗ ମିଲାଟାରୀ କମାଣ୍ଡରମାନଙ୍କୁ ସମ୍ବୋଧନ କରିବା ସମୟରେ କହିଥିଲେ କି ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ଯବାନମାନଙ୍କ ଜରୁରୀ ଟ୍ରେନିଂ ତୀବ୍ର ହେବା ଦରକାର । ଯୁଦ୍ଧ ଜିତିବା ପାଇଁ ଟ୍ରେନିଂ ନିହାତି ଜରୁରୀ । ମିଲାଟାରୀ ଟ୍ରେନିଂ ସବୁବେଳେ କରିବା ସେନାର ପ୍ରଥମ କାମ । ଏହାଦ୍ୱାରା ସବୁ ପ୍ରକାରର ସ୍ଥିତିକୁ ଆମେ ମୁକାବିଲା କରିପାରିବା । ପିପୁଲ୍ସ ଲିବେରେସନ ଆର୍ମିକୁ ବିଶ୍ୱରୀୟ ଯୋଦ୍ଧା କରିବାକୁ ଚାଇନା ସରକାର କାର୍ଯ୍ୟ କରୁଛନ୍ତି । ଯବାନମାନେ ମରିବା ପାଇଁ ଡରନ୍ତୁ ନାହିଁ । ସେମାନେ କିଭଳି ଯୁଦ୍ଧକୁ ଜିତା ଯାଏ, ତା’ ଉପରେ ଫୋକସ କରନ୍ତୁ । ଆଧୁନିକ ଯୁଗରେ ଆମକୁ ଏମିତି ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରିବାକୁ ପଡ଼ିବ, ଯିଏ ସର୍ବଦା ଲଢ଼େଇ ପାଇଁ ପ୍ରସ୍ତୁତ ରହୁଥିବ ଓ ବିଜୟର କଳା ଶିଖିଥିବ । ଏ ଦିଗରେ ସେନା ବାହିନୀ କାର୍ଯ୍ୟ କରନ୍ତୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.