ହିମାଚଳରେ ବିଭିନ୍ନ ସ୍ଥାନରେ ତାପମାତ୍ରା ଶୂନ୍ ତଳକୁ ଖସିଲା

0 75

କୁଫରୀ, ୨୮ ।୧୧: ଦେଶର ପ୍ରାୟତଃ ସବୁ ସ୍ଥାନରେ ଏବେ ପାରା ଖସିବାରେ ଲାଗିଛି । ପ୍ରବଳ ଶୀତ ସାଙ୍ଗକୁ ବରଫପାତ ହିମାଚଳ ପ୍ରଦେଶକୁ କାଲୁଆ କରିଦେଇଛି । ଏହି କ୍ରମରେ କଳ୍ପା ଓ କୁଫୁରୀସମେତ ବିଭିନ୍ନ ସ୍ଥାନ ବରଫ ଚାଦରରେ ଢ଼ାଙ୍କି ହୋଇଯାଇଛି । ଏହି ସମୟରେ କେଲଙ୍ଗର ତାପମାତ୍ରା ବିଯୁକ୍ତ ୯.୯ ଡିଗ୍ରି ସେଲସିୟସ୍ରେ ପହଞ୍ଚିଛି । କଳ୍ପାରେ ତୁଷାରପାତ ସହ କିତ୍ତୁର ଜିଲ୍ଲାରେ ୧୭ ସେଣ୍ଟିମିଟର ବରଫ ପଡିଛି । ତେବେ କୁଫରୀ ପତଳା ବରଫ ଚାଦରରେ ଆଚ୍ଛାଦିତ ହୋଇଛି । ଏଠି ୧ ସେମି ବଳରେ ବରଫ ପଡିଥିବା ଶିମଲା ମେଟ୍ରୋଲଜିକାଲ ସେଣ୍ଟର ନିର୍ଦ୍ଦେଶକ କହିଛନ୍ତି । ଲାହୁଲ ଓ ସ୍ପତି କେନ୍ଦ୍ରରୁ ମିଳୁଥିବା ସୂଚନା ଅନୁସାରେ ଏବେ କେଲଙ୍ଗ ରାଜ୍ୟର ସବୁଠାରୁ ଶୀତଳ ସହର । ରାଜ୍ୟର ଅନ୍ୟତମ ପର୍ଯ୍ୟଟକ ସହର ମନାଲୀରେ ବରଫ ପାତ ସହ ତାପମାତ୍ରା ବିଯୁକ୍ତ ୧.୨ ଡିଗ୍ରି ସେଲସିୟସକୁ ପହଞ୍ଚିଛି । ତେବେ କଳ୍ପାରେ ତାପମାତ୍ରା ଏବେ ବିଯୁକ୍ତ ୩.୬ ଡିଗ୍ରିକୁ ଖସିଛି । ଶିମଲାରେ ତାପମାତ୍ରା ଏବେବି ୫ ଡିଗ୍ରି ସେଲସିୟସ୍ ଅଛି ।

Leave A Reply

Your email address will not be published.